ପୃଷ୍ଠା:Biplaba Suare Padartha Bigyan.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|387px|page=44]]

ଆବିଷ୍କାର ପଦାର୍ଥ ବିଜ୍ଞାନରେ ଆଉ ଗୋଟିଏ ବିପ୍ଳବ ଆଣିବ । ଏହା ପରେ ପରମାଣୁ ବିଷୟରେ ବୈପ୍ଳବିକ ଚିନ୍ତା କରିବାକୁ ଅନ୍ୟମାନେ ସାହସ ପାଇଲେ । ଫଳରେ କିଛି ବସ୍ତୁରେ ଦେଖାଯାଉଥିବା ଏକ ବିଚିତ୍ର ଅସ୍ଥିରତା ବା ତେଜସ୍କ୍ରିୟତା ଆବିଷ୍ଣୁତ ହେଲା । ସେ ସମୟରେ ପରମାଣୁର ଗଠନ ବିଷୟରେ କିଛି ଜଣାନଥିଲା । କିନ୍ତୁ ବିଜ୍ଞାନୀମାନେ ମାନୁଥିଲେ ଯେ ପ୍ରକୃତିରେ ସବୁ ବସ୍ତୁର ମୂଳ ହେଉଛି ପରମାଣୁ । ଏହି ନୂଆ ଆବିଷ୍କାର ସବୁ ପରମାଣୁର ମୌଳିକ ଗୁଣଧର୍ମ ସହିତ ଯୋଡା ବୋଲି ବିଶ୍ବାସ ଆସିଲା ଏବଂ ଆହୁରି ବିଚିତ୍ର ଆବିଷ୍କାର ପାଇଁ ସମସ୍ତେ ପ୍ରସ୍ତୁତ ରହିଲେ ।

ତେଜସ୍କ୍ରିୟତା

ଫ୍ରାନ୍‌ସର ବିଜ୍ଞାନୀ ହେନେରୀ ଜୋବ ଜୋକଜୋରଲ ( ୧୮୫୨ - ୧୯୦୮) ଜାନୁଆରୀ ୨୦, ୧୮୯୬ ଦିନ ରଣ୍ଟଜେନଙ୍କ ଆବିଷ୍କାର ବିଷୟରେ ଜାଣିବାକୁ ପାଇଲେ ତା’ପର ମାସରୁ ତାହା ଉପରେ ସେ ଗବେଷଣା ଆରମ୍ଭ କରିଦେଲେ । ପ୍ରଲେପିତ କାଗଜରେ ପ୍ରତିଦୀପ୍ତି ସୃଷ୍ଟି କରିଥିବା ଯୋଗୁଁ ଏକ୍ସ-ରେର ଆବିଷ୍କାର ସମ୍ଭବ ହୋଇଥିଲା ।

ଏହାର ଓଲଟା ମଧ୍ୟ ସମ୍ଭବ କି ନୁହେଁ ତାହା ବେକେରେଲ ଜାଣିବାକୁ ଚାହିଁଲେ । ଅର୍ଥାତ ପ୍ରତିଦୀପ୍ତଶୀଳ ପଦାର୍ଥ ଏକ୍ସ-ରେ ବା


୪୨ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ