ପୃଷ୍ଠା:Biplaba Suare Padartha Bigyan.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାଥେଡ ରଶ୍ମି ସୃଷ୍ଟିକରି ପାରିବ କି ? ଏଥିପାଇଁ ସେ କିଛି ୟୁରାନିଅମ ଲବଣ ନେଇ ପରୀକ୍ଷା ଆରମ୍ଭ କଲେ । ବେକେରେଲ ଜାଣିଥିଲେ ଯେ ପରୀକ୍ଷା ପାଇଁ ବାଛିଥିବା ୟୁରାନିଅମ ଲବଣକୁ ସୂର୍ଯ୍ୟ କିରଣରେ ରଖିଲେ ସେଗୁଡ଼ିକ ପ୍ରତିଦୀପ୍ତଶୀଳ ବା ସ୍ଫୁରଦୀପ୍ତ ହୋଇଯାଏ ।

ବେକେରେଲ ଖଣ୍ଡେ ଫଟୋଫିଲ୍ମକୁ କଳା କାଗଜରେ ଗୁଡ଼ାଇ ତାହା ଉପରେ ସ୍ଫୁରଦୀପ୍ତ ୟୁରାନିଅମ ଲବଣର ଗୋଟିଏ ସ୍ପଟିକ ଥୋଇ ଖରାରେ ରଖିଦେଲେ । ସେ ‘ଭାବିଥିଲେ ଯେ ୟୁରାନିଅମ ଲବଣରେ ସୂର୍ଯ୍ୟ କିରଣ ପଡ଼ିଲେ ସେଥିରୁ ଯଦି ଏକ୍ସ-ରେ ବାହାରୁଥିବ, ତେବେ ଏହି ରଶ୍ମି କଳା କାଗଜ ଭେଦି ଫଟୋଫିଲ୍ମକୁ ଉଦ୍ଭାସିତ କରିଦେବ । ସେ ଜାଣିଥିଲେ ଯେ ସୂର୍ଯ୍ୟ ଆଲୁଅର କୌଣସି ଅଂଶ କଳା କାଗଜ ଭେଦି ଫଟୋଫିଲୁ ଯାଏଁ ପହଞ୍ଚି ପାରିବ ନାହିଁ, କିନ୍ତୁ ଏକ୍ସ-ରେ ତାହା କରିପାରିବ । କିଛି ସମୟ ପାଇଁ ଖରାରେ ରଖିବା ପରେ ଫଟୋଫିଲ୍ମକୁ ଧୋଇକରି ସେ ଦେଖିଲେ ଯେ କାଗଜଟି ପ୍ରକୃତରେ ଫିକା ହୋଇଯାଇଛି । ଅର୍ଥାତ କାଗଜକୁ ଭେଦିପାରୁଥିବା କିଛି ରଶ୍ମି ୟୁରାନିଅମ୍ ଲବଣରୁ ବାହାରୁଛି ।

ଏଥିରୁ ସେ ଜାଣିଲେ ଯେ ତାଙ୍କର ମୂଳ ଅନୁମାନ ଠିକ । କିନ୍ତୁ ସେ ଜାଣିଥିଲେ ଯେ ଥରେ ମାତ୍ର ପରୀକ୍ଷା କରି କୌଣସି ବିଷୟରେ ନିଶ୍ଚିତ ହେବା ଠିକ୍ ନୁହେଁ । ତେଣୁ ସେ ଅନେକଗୁଡ଼ିଏ ପରୀକ୍ଷା କରିବାର ଚିନ୍ତା କଲେ । କିନ୍ତୁ ପ୍ୟାରିସର ଶୀତଦିନିଆ ଆକାଶରେ ବାଦଲ ଢାଙ୍କି ରହୁଥିବାରୁ ଦିନ ଦିନ ଧରି ସୂର୍ଯ୍ୟ ଦେଖାଯାଏ ନାହିଁ । ଏଭଳି ପରିସ୍ଥିତିରେ ପରୀକ୍ଷାକୁ ସାଙ୍ଗେ ସାଙ୍ଗେ ପୁଣି ଥରେ କରିବା ପାଇଁ ବେକରେଲଙ୍କ ପକ୍ଷରେ ସମ୍ଭବ ନଥିଲା । ସେଥିପାଇଁ ସେ ୟୁରାନିଅମ ଲବଣକୁ ଗୋଟିଏ ନୂଆ ଫଟୋଫିଲ୍ମ ଉପରେ ରଖି ଗବେଷଣାଗାରର ଗୋଟିଏ ଅନ୍ଧାରୁଆ ଥାକରେ ରଖିଦେଲେ । କିନ୍ତୁ କେତେଦିନ ଧରି ସୂର୍ଯ୍ୟ

ଆବିଷ୍କାରର ବିସ୍ଫୋରଣ, ୪୩