ପୃଷ୍ଠା:Biplaba Suare Padartha Bigyan.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଖା ନ ଯିବାରୁ ସେ ଫିଲ୍ମଟିକୁ ଫୋପାଡ଼ିଦେବା ଆଗରୁ ଧୋଇବା ପାଇଁ ଚିନ୍ତା କଲେ । ୧୮୯୫ ମସିହା ମାର୍ଚ୍ଚ ୧ ତାରିଖ ଦିନ ବେକେରେଲ ଫିଲ୍ମକୁ ଧୋଇଲେ ଏବଂ ଫଳାଫଳ ଦେଖି ସେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ । ସେ ଭାବୁଥିଲେ ଯେ ଫିଲ୍ମରେ ଫିକା ଛାଇ ଭଳି କିଛି ଦେଖାଯିବ । କାରଣ ଆଗ ପରୀକ୍ଷାରୁ ସୂର୍ଯ୍ୟ କିରଣର ପ୍ରଭାବରେ ହୁଏତ ସେହି ଲବଣ କିଛି ମାତ୍ରାରେ ସ୍ତୁରଦୀପ୍ତ ହୋଇ ରହିଥିବ । କିନ୍ତୁ ଫିଲ୍ମ ଉପରେ ବେଶ୍ କଡ଼ା ପ୍ରତିଛବି ରହିଥିଲା । ଏହା ଦେଖି ବେଜେରେଲ ମତ ଦେଲେ ଯେ ଏହି ରଶ୍ମିର ସୃଷ୍ଟି ପାଇଁ ସୂର୍ଯ୍ୟ ଆଲୁଅ ଦରକାର ନାହିଁ, ବରଂ ତାହା ହେଉଛି ୟୁରାନିଅମର ଏକ ବିଜସ୍ଟ ଗୁଣ ।

ଏହି ପରୀକ୍ଷାରୁ ଜଣାଗଲା ଯେ ବେକେରେଲ ଏକ ନୂଆ ପ୍ରକାରର ବିକିରଣର ଆବିଷ୍କାର କରିଛନ୍ତି । ଏହାର ନାମ ରଖାଗଲା ତେଜସ୍କ୍ରିୟ ରଶ୍ମି । ଅଧିକ ପରୀକ୍ଷାରୁ ବେକେରେଲ ଦେଖିଲେ ଯେ ସେହି ନୂଆ ବିକିରଣର ଅନେକ ଗୁଣଧର୍ମ ଏକ୍ସ-ରେ ସହ ମେଳ ଖାଉଛି । କିନ୍ତୁ ବେକେରେଲ ଆବିଷ୍କାର କରିଥିବା ପ୍ରାକୃତିକ ତେଜସ୍କ୍ରିୟତା ପ୍ରତି ଅନ୍ୟ ବିଜ୍ଞାନୀଙ୍କ ଠାରୁ ବିଶେଷ ଆଗ୍ରହ ଦେଖାଗଲା ନାହିଁ । କାରଣ ୟୁରାନିଅମ୍ ତୁଳନାରେ ଏକ୍ସ-ରେ କମ୍ ସମୟରେ ବେଶୀ ସ୍ପଷ୍ଟ ଛାୟାଚିତ୍ର ଦେଇପାରୁଥିଲା । ତେଣୁ ପଦାର୍ଥ ବିଜ୍ଞାନୀମାନେ ଏକ୍ସ-ରେ ଦ୍ବାରା ଅଧିକ ପ୍ରଭାବିତ ଥିଲେ । ବେକେରେଲଙ୍କ ଆବିଷ୍କାରର ଦୁଇବର୍ଷ ପରେ ଫ୍ରାନ୍ସରେ ମ୍ୟାରୀ କ୍ୟୁରୀ (୧୮୬୭ - ୧୯୩୪) ତଥା ଜର୍ମାନରେ ଗେରହାର୍ଡ ସ୍ମିଡ଼ଟ ଆବିଷ୍କାର କଲେ ଯେ ୟୁରାନିଅମ ଭଳି ଥୋରିଅମ ମଧ୍ୟ ତେଜସ୍କ୍ରିୟ ବିକିରଣ ଛାଡ଼ିଥାଏ । ଏହାପରେ ମ୍ୟାରୀ କ୍ୟୁରୀ ଓ ତାଙ୍କ ସ୍ବାମୀ ପିଏରେ କ୍ୟୁରୀ ଦୁଇଟି ଅଧିକ ଶକ୍ତିଶାଳୀ ତେଜସ୍ତିୟ ପଦାର୍ଥ ପୋଲୋନିଅମ ଓ ରେଡିଅମ ଆବିଷ୍କାର କରିଥିଲେ ।

କିଛି ଦିନ ଭିତରେ ମ୍ୟାରୀ କ୍ୟୁରୀ, ଅର୍ଣ୍ଣଷ୍ଟ ରଦରଫୋର୍ଡ

୪୪, ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ