ପୃଷ୍ଠା:Biplaba Suare Padartha Bigyan.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(୧୮୭୧-୧୯୩୭) ଏବଂ ବେକେରେଲ ଦେଖାଇଲେ ଯେ ୟୁରାନିଅମରୁ ବାହାରୁଥିବା ବିକିରଣ ପ୍ରକୃତରେ ଏକାଧିକ ବିକିରଣର ମିଶ୍ରଣ । ରଶ୍ମିର ଗୋଟିଏ ଅଂଶ ଚୁମ୍ବକୀୟ କ୍ଷେତ୍ରରେ ଗୋଟିଏ ପଟକୁ ମୋଡ଼ି ହେଉଛି ତ ଆଉ ଗୋଟିଏ ଅଂଶ ଠିକ ତା’ର ଓଲଟା ଦିଗକୁ ମୋଡ଼ି ହେଉଛି । ରଦରଫୋର୍ଡ ଧନାତ୍ମକ ରଶ୍ମିକୁ ଆଲ୍‌ଫା ରଶ୍ମି ଓ ଋଣାତ୍ମକ ରଶ୍ମିକୁ ବିଟା ରଶ୍ମି ନାଁ ଦେଲେ । ୧୯୦୦ ମସିହାରେ ପଲ୍ ଉଲ୍‌ରିକ୍ ୱିଲାର୍ଡ଼ ତେଜଷ୍କ୍ରିୟ ରଶ୍ମିର ତୃତୀୟ ରୂପ ଆବିଷ୍କାର କରିଥିଲେ । ଏହାର ନାଁ ଗାମା ରଶ୍ମି ରଖାଗଲା । ଗାମା ରଶ୍ମିର ଭେଦ କରିବାର ଶକ୍ତି ସବୁଠାରୁ ଅଧିକ ଏବଂ ଏହା ଚୁମ୍ବକୀୟ କ୍ଷେତ୍ର ଦ୍ବାରା ପ୍ରଭାବିତ ହୁଏନାହିଁ । ଏହାର ଲକ୍ଷଣ ଏକ୍ସ-ରେ ଭଳି ।

୧୯୦୩ ମସିହା ଶେଷ ବେଳକୁ ତେଜସ୍କ୍ରିୟତା ପଦାର୍ଥ ବିଜ୍ଞାନର ଗୋଟିଏ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇ ସାରିଥିଲା । ସେହିବର୍ଷ ତେଜସ୍କ୍ରିୟତା ଉପରେ କାମ ପାଇଁ ବେକେରେଲ, ପିଏରେ ଓ ମ୍ୟାରି କ୍ୟୁରୀଙ୍କୁ ଏକାଠି ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ମିଳିଥିଲା ।

ଆବିଷ୍କାରର ବିସ୍ତୋରଣ ୪୫