ପୃଷ୍ଠା:Biplaba Suare Padartha Bigyan.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|386px|page=48]]

ଇଲେକଟ୍ରନ ୧୮୯୭ ମସିହାରେ ଜୋସେଫ ଜନ୍ ଥମ୍‌ସନ୍ (୧୮୫୬ - ୧୯୪୦)ଙ୍କ ଦ୍ବାରା ଇଲେକଟ୍ରନ୍‌ର ଆବିଷ୍କାର ଆଧୁନିକ ପଦାର୍ଥ ବିଜ୍ଞାନ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା । ଇଲେକଟ୍ରନ୍‌ର ଆବିଷ୍କାର ଯୋଗୁଁ କେବଳ ବୈଜ୍ଞାନିକ ଚିନ୍ତାଧାରାରେ ନୁହେଁ, ବରଂ ସାଧାରଣ ମଣିଷର ଜୀବନଶୈଳୀରେ ବି ଅନେକ ପରିବର୍ତ୍ତନ ଆସିଥିଲା ।

ଇଲେକ୍‌ଟ୍ରନ୍‌ର ଆବିଷ୍କାର ପୂର୍ବରୁ ସମସ୍ତେ ଭାବୁଥିଲେ ଯେ ପରମାଣୁକୁ ଆଉ ଭାଙ୍ଗି ହେବନାହିଁ । ପ୍ରକୃତରେ ଆଟମ ଶବ୍ଦ ଆସିଥିଲା ମଧ୍ୟପ୍ରାଚ୍ଯର ଆଟମସ୍ ଶବ୍ଦରୁ, ଯାହାର ଅର୍ଥ ହେଉଛି ଯାହା ଭାଙ୍ଗି ହୁଏନାହିଁ । ତେଣୁ ପରମାଣୁର ଗୋଟିଏ ଉପାଦାନ ଭାବରେ ଇଲେକଟ୍ରନର ଆବିଷ୍କାର ଫଳରେ ଅବପରମାଣିକ ବା ସବ୍ଆଟମିକ୍ ଯୁଗର ଆରମ୍ଭ ହେଲା ।

୧୮୯୭ ମସିହା ଆଗରୁ ଜଣା ପଡ଼ିଥିଲା ଯେ କାଥୋଡ ରଶ୍ମି ତରଙ୍ଗ ନୁହେଁ, ବରଂ ଆବେଶଯୁକ୍ତ କଣିକାର ସମାହାର । ୧୮୯୫ ମସିହାରେ ଫ୍ରାନ୍ସର ବିଜ୍ଞାନୀ ଜର୍ଜ ବାପ୍ତିସ୍ତେ ପେରିନ୍ (୧୮୭୦-୧୯୪୨) ପରୀକ୍ଷା କରି ଦେଖାଇଥିଲେ ଯେ ବାୟୁଶୂନ୍ୟ ନଳୀର କାଥୋଡରୁ ଋଣାତ୍ମକ କଣିକା ବାହାରେ ।


୪୬ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ