ପୃଷ୍ଠା:Biplaba Suare Padartha Bigyan.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୮୯୬ ମସିହାରେ ହେନ୍‌ରିକ୍ ଲରେଞ୍ଜ (୧୮୫୩-୧୯୨୮) କ‌ହିଲେ ଯେ ପରମାଣୁ ଭିତରେ ଆବେଶଯୁକ୍ତ କଣିକା ରହିଛି ଏବଂ ଏହି କଣିକାର କମ୍ପନରୁ ଆଲୁଅ ତରଙ୍ଗ ସୃଷ୍ଟି ହୁଏ । ଜୀମାନ ପ୍ରଭାବ ସାହାଯ୍ୟରେ ଲରେଞ୍ଜ୍ ଏହି କଣିକାଗୁଡିକର ଆବେଶ (ଇ) ଏବଂ ବସ୍ତୁତ୍ବ (ମ) ଅନୁପାତ (ଇ/ମ) ର ମୂଲ୍ୟ ବାହାର କରିଥିଲେ ।