ଏହି ବର୍ଷ ଦୁଇଜଣ ଜର୍ମାନ ବିଜ୍ଞାନୀ ଏମିଲ ଵିକ ହାର୍ଚ ଏବଂ ୱାଲ୍ଟର କାଉଫମାନ ମଧ୍ୟ ଏହି ଅନୁପାତର ମୂଲ୍ୟ ବାହାର କରିଥିଲେ । ୧୮୯୭ ମସିହାରେ ଥମସନ୍ଙ୍କୁ ଇଲେକ୍ଟ୍ରନର ଆବିଷ୍କର୍ତା ଭାବରେ ଗ୍ରହଣ କରାଗଲା । କାରଣ ସେ (ଇ/ମ) ର ସଠିକ ମୂଲ୍ଯ ବାହାର କଲେ ଏବଂ କାଥେଡ ରଶ୍ମିର ପ୍ରକୃତ ଗୁଣଧର୍ମ ବିଷୟରେ ମଧ୍ୟ ସେ ବୁଝାଇ ପାରିଲେ ।
ପ୍ରଯୁକ୍ତିବିଦ୍ଯାରେ ଉନ୍ନତି ଯୋଗୁଁ ତିନିଟି ବିଶେଷ ଯନ୍ତ୍ରର ବିକାଶ ସମ୍ଭବ ହେଲା ଏବଂ ତାହା ହିଁ ଇଲେକ୍ଟ୍ରନର ଆବିଷ୍କାର ପାଇଁ ବାଟ ଖୋଲିଦେଲା । ଏହି ତିନି ଯନ୍ତ୍ର ଥିଲେ ପ୍ରାୟ ବାୟୁଶୂନ୍ୟ କେଥୋଡ଼ ନଳୀ, ଅତି ଉଚ୍ଚ ଭୋଲ୍ଟର ବିଦ୍ଯୁତ ଉତ୍ପାଦକ ଏବଂ ବାଦଲ କକ୍ଷ ବା କ୍ଲାଉଡ ତାମ୍ବର । ଏହା ସବୁ ଦୃଷ୍ଟିରୁ ଇନେକଟ୍ରନର ଆବିଷ୍କାରରେ ବହୁତ ଜଣା ଅଜଣା ବିଜ୍ଞାନୀ ଓ କାରିଗରଙ୍କର ପ୍ରତ୍ଯକ୍ଷ ଓ ପରୋକ୍ଷ ଅବଦାନ ରହିଥିବା କଥା ସହଜରେ ଅନୁମାନ କରିହେବ ।
ଇଲେକ୍ଟ୍ରନକୁ ପଦାର୍ଥର ଏକ ମୌଳିକ କଣିକା ବୋଲି ଗ୍ରହଣ କରିବା ପରେ ବିଜ୍ଞାନୀମାନେ ପରମାଣୁର ଗଠନର ମଡେଲ ତିଆରିରେ ଲାଗିପଡ଼ିଲେ । ସମସ୍ତେ ମାନୁଥିଲେ ଯେ ଇଲେକ୍ଟ୍ରନ୍ ଋଣାତ୍ମକ କଣିକା ହୋଇଥିବାରୁ ପରମାଣୁ ଭିତରେ ଅନ୍ୟ କିଛି ଧନାତ୍ମକ କଣିକା ନିଶ୍ଚୟ ରହିଥିବ । ଧୀରେ ଧୀରେ ବିଜ୍ଞାନୀମାନେ ପରମାଣୁ ଭିତରେ ରାଣାତ୍ମକ ଓ ଧନାତ୍ମକ ଆବେଶ କିପରି ସଜାଯାଇ ପାରିବ ସେ ବିଷୟରେ ଚିନ୍ତା ଆରମ୍ଭ କଲେ । ଏଥିରୁ ପରମାଣୁର ଗଠନର ଅନେକ ପରିକଳ୍ପନା ଓ ନକ୍ସା ବାହାରିଲା । ସେସବୁ ଭିତରୁ ରଦରଫୋର୍ଡଙ୍କ ମଡେଲର ପ୍ରଭାବ ସବୁଠାରୁ ଅଧିକ ଦିନ ଯାଏଁ ରହିଥିଲା । ରଦରଫୋର୍ଡ ମତ ଦେଲେ ଯେ ପରମାଣୁ ଭିତରେ ଗୋଟିଏ କେନ୍ଦ୍ର ରହିଛି ଏବଂ ସେଥିରେ ଧନାତ୍ମକ ଆବେଶ ଥାଏ । ଏହାକୁ ନାଭି କୁହାଯାଏ ଏବଂ ଏହାର ଚାରିପଟେ
୪୮, ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ