ପୃଷ୍ଠା:Biplaba Suare Padartha Bigyan.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବସ୍ତୁ ଦେଇ ଯାଉଥିବା ଆଲୋକର ଗତିବେଗ ବଦଳିଯିବ । ସେତେବେଳେ କରାଯାଇଥିବା ଅନେକଗୁଡ଼ିଏ ପରୀକ୍ଷା ଏହି ମତ ସହିତ ମେଳ ଖାଉଥିବା ଫଳାଫଳ ଦେଖାଇଲେ । ଏପରିକି ମାକ୍ସୱେଲଙ୍କ ବୈଦ୍ଯୁତିକ-ଚୁମ୍ବକୀୟ ତତ୍ତ୍ବର ପ୍ରସ୍ତାବନା ପରେ ମଧ୍ୟ ବିଜ୍ଞାନୀମାନେ ସେଥିରେ ଫ୍ରେନେଲ କର୍ଷଣକୁ ମିଶାଇବା ଜରୂରୀ ମନେକଲେ । ୧୮୯୨ ମସିହାରେ ମାକ୍ସୱେଲଙ୍କ ବୈଦ୍ଯୁତିକ-ଚୁମ୍ବକୀୟ ତତ୍ତ୍ବର ପରିମାର୍ଜିତ ରୂପ ବା ଇଲେକଟ୍ରନ୍ ତତ୍ତ୍ବର ପ୍ରସ୍ତାବ ଦେଲାବେଳେ ଲୋରେଞ୍ଜ ‘ପ୍ରେନେଲ କର୍ଷଣ'କୁ ଆଲୋକ ଓ ଗତିଶୀଳ ବସ୍ତୁର ଆବେଶଯୁକ୍ତ କଣିକା ଭିତରେ ପାରସ୍ପରିକ କ୍ରିୟାର ଫଳ ଭାବରେ ଦେଖିଲେ । ଏହା ନ କରିଥିଲେ ତାଙ୍କର ପରିକଳ୍ପନା ନିଉଟନୀୟ ଗତିବିଜ୍ଞାନ ସହିତ ମେଳ ଖାଇନଖା'ନ୍ତା । ଅର୍ଥାତ ୨୦୦ ବର୍ଷ ଧରି ଚଳି ଆସୁଥିବା ନିଉଟନୀୟ ମତକୁ ଭୁଲ କହିବାକୁ ହୋଇଥା'ନ୍ତା କିମ୍ବା ନିଜର ପରିକଳ୍ପନା ଭୁଲ ହୋଇଥା'ନ୍ତା ।

ସେ ସମୟରେ କିନ୍ତୁ ଇଥରର ଅସ୍ତିତ୍ବ ସପକ୍ଷରେ କୌଣସି ପ୍ରମାଣ ନଥିଲା । ଏପରିକି ୧୮୮୭ ମସିହାରେ ଆଲ୍‌ବର୍ଟ ମାଇକେଲସନ ଏବଂ ଏଡୱାର୍ଡ଼ ମୋର୍ଲେ କରିଥିବା ପରୀକ୍ଷାରେ ଇଥର ଥିବାର କିଛି ସୂଚନା ମିଳିଲା ନାହିଁ । ସେହି ମାଇକେଲସନ୍-ମୋର୍ଲେ ପରୀକ୍ଷାର ଉଦ୍ଦେଶ୍ଯ ଥିଲା ଇଥର ତୁଳନାରେ ପୃଥିବୀର ଗତି ମାପିବା । ଆଗରୁ ୧୮୮୧ ମସିହାରେ ଇଥରର ଅସ୍ତିତ୍ବ ପ୍ରମାଣିତ କରିବା ପାଇଁ ମାଇକେଲସନ ଏକଲା ବି ପରୀକ୍ଷା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ । ଏହି ପରୀକ୍ଷା ଦ୍ବାରା ଇଥରର ଅସ୍ତିତ୍ବ ପ୍ରମାଣିତ କରିନପାରିବା ସିଦ୍ଧାନ୍ତିକ ଏବଂ ପରୀକ୍ଷାମୂଳକ ପଦାର୍ଥ ବିଜ୍ଞାନ ପାଇଁ ବଡ଼ ଦ୍ୱନ୍ଦ ଆଣିଦେଲା । ଆହୁରି ମଧ୍ୟ ଏହି ପରୀକ୍ଷାରୁ ସୂଚନା ମିଳିଲା ଯେ ଆଲୁଅର ବେଗ ସବୁବେଳେ ସ୍ଥିର ଥାଏ । ତତ୍ତ୍ବ ଏବଂ ଏସବୁ ପରୀକ୍ଷା ଫଳ ଭିତରେ ଥିବା ଅସଙ୍ଗତିର ସମାଧାନ ପାଇଁ ଲରେଞ୍ଜ କହିବା ପାଇଁ ବାଧ୍ୟ ହୋଇଥିଲେ

ଶେଷରେ ମହା ବିପ୍ଳବ ୫୧