ପୃଷ୍ଠା:Biplaba Suare Padartha Bigyan.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|395px|page=54]]

ଯେ କୌଣସି ବସ୍ତୁର ଦୈର୍ଘ୍ୟ ତା’ର ଗତିର ଦିଗରେ ସଙ୍କୁଚିତ ହୋଇଥାଏ ।

ଇଥର ସମସ୍ୟାର ସମାଧାନ


ଶେଷରେ ଏହାର ସମାଧାନ ଆସିଲା ୧୯୦୫ ମସିହାରେ । ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍ (୧୮୭୯-୧୯୫୫) ସେହି ବର୍ଷ ତାଙ୍କର ବିଶେଷ ଆପେକ୍ଷିକତା ତତ୍ତ୍ବ ବାଢ଼ିଥିଲେ । ଏଥିରେ ସେ ଇଥର ବିଷୟରେ ଧାରଣାକୁ ଭୁଲ ବୋଲି କହିଥିଲେ ଏବଂ ଜଣାଇଥିଲେ ଯେ ଆଲୋକ କୌଣସି ମାଧ୍ୟମ ବିନା ଗତି କରିପାରେ । କାରଣ ପେଟିକା ବା କ୍ବାଣ୍ଟମ ରୂପରେ ଗତି କରେ, ତେଣୁ ତାହା ବେଶୀ ମାତ୍ରାରେ କଣିକା ଭଳି ବ୍ୟବହାର କରେ । ଏହି କଣିକା ଗୁଣ ବା କ୍ବାଣ୍ଟମ ରୂପ ଯୋଗୁ ତାହା ବିନା ମାଧ୍ୟମରେ ଗତି କରିପାରେ । ସେ ଆହୁରି ମଧ୍ୟ ଦେଖାଇଲେ ଯେ ଆଲୁଅର ବେଗ ସବୁବେଳେ ସ୍ଥିର ଏବଂ ତାହା ଉତ୍ସର ଗତି ଉପରେ ନିର୍ଭର କରେ ବାହିଁ । ଆଇନଷ୍ଟାଇନଙ୍କର ଆପେକ୍ଷିକତାର ମୁଖ୍ୟ ତତ୍ତ୍ବ ତଳ ଦୁଇ ଚିନ୍ତାଧାରା ଉପରେ ଆଧାରିତ ।

୫୨ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ