ପୃଷ୍ଠା:Biplaba Suare Padartha Bigyan.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧. ଜଣେ ଆଉ ଜଣକ ତୁଳନାରେ ସରଳ ରେଖାରେ ସମାନ ବେଗରେ ଗତିଶୀଳ ସବୁ ନିରୀକ୍ଷକଙ୍କ ପାଇଁ ପଦାର୍ଥ ବିଜ୍ଞାନର ସବୁ ନିୟମକୁ ଏକା ଭଳି ହେବ ।

୨. ମହାକାଶରେ ସବୁ ନିରୀକ୍ଷକଙ୍କ ପାଇଁ ଆଲୁଅର ବେଗ ସମାନ ହେବ ଏବଂ ଏହା ନିରୀକ୍ଷକର ଅବସ୍ଥା ଉପରେ ନିର୍ଭର କରିବା ନାହିଁ ।

ଆପେକ୍ଷିକତା ତତ୍ତ୍ବ ଆଇନଷ୍ଟାଇନଙ୍କ ଅପେକ୍ଷିକତା ତତ୍ତ୍ବ ପଦାର୍ଥ ବିଜ୍ଞାନରେ ଗୋଟିଏ ବୈପ୍ଳବିକ ବିକାଶର ମୂଳଦୁଆ ପକାଇଥିଲା ଏବଂ ଏଥିରୁ ଅପ୍ରତ୍ୟାଶିତ ଭାବରେ ଅନେକ ଆବିଷ୍କାର ହୋଇପାରିଲା । ଏହି ବିପ୍ଳବର ତୁଳନା କୋପରନିକସ, କେପଲର ଏବଂ ଗାଲିଲିଓ ଆଦି ବିଜ୍ଞାନରେ ଆଣିଥିବା ବିପ୍ଳବ ସହ ତୁଳନା କରାଯାଇପାରେ । ବିଶେଷ ଆପେକ୍ଷିକତା ତତ୍ତ୍ବ ସ୍ଥାନ ଓ କାଳ ସମ୍ପର୍କରେ ମଣିଷର ପୁରୁଣା ଧାରଣାକୁ, ବିଶେଷ କରି ନିଉଟନଙ୍କ ସମୟରୁ ଚାଲି ଆସୁଥିବା ଧାରଣାକୁ, ପୁରା ବଦଳାଇ ଦେଲା । ଏଥିରୁ ଯେଉଁ ଯୁଗାନ୍ତକାରୀ ନିଷ୍କର୍ଷମାନ ବାହାରିଥିଲା ସେଭିତରୁ କିଛି ହେଉଛି:

୧. କୌଣସି ନିରୀକ୍ଷକ ପାଇଁ ଥିବା ସମକାଳୀନ ଘଟଣା ଆଉ ଜଣେ ନିରୀକ୍ଷକ ପାଇଁ ସମକାଳୀନ ନହୋଇ ପାରେ ।

୨. ଦୁଇଜଣ ନିରୀକ୍ଷକ ନିଜ ନିଜ ତୁଳନାରେ ଅପରିବର୍ତ୍ତନୀୟ ବେଗରେ ଚାଲିଲେ। ସେମାନଙ୍କ ଘଣ୍ଟାରେ ଅଲଗା ସମୟ ଦେଖାଯିବ । ସେ ଦୁହେଁ ଯଦି କିଛି ବସ୍ତୁର ଲମ୍ବା ମାପିବେ ତେବେ ଦୁହିଁଙ୍କର ମାପ ଅଲଗା ଅଲଗା ହେବ ।

ଶେଷରେ ମହା ବିପ୍ଳବ ୫୩