ପୃଷ୍ଠା:Biplaba Suare Padartha Bigyan.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ୱାଣ୍ଟମ୍ ଯାନ୍ତ୍ରିକୀ

ବିଂଶ ଶତାବ୍ଦୀର ଆରମ୍ଭ ସମୟରେ ପଦାର୍ଥ ବିଜ୍ଞାନରେ ଆଉ ଗୋଟିଏ ବଡ଼ ବିପ୍ଳବ ଆସିଥିଲା । ଏହା ହେଉଛି କ୍ୱାଣ୍ଟମ୍ ଯାନ୍ତ୍ରିକୀର ବିକାଶ । କ୍ୱାଣ୍ଟମ୍ ଯାନ୍ତ୍ରିକୀ ଅଣୁ, ପରମାଣୁ, ନାଭି, ଅବପରମାଣିକ କଣିକାର ସୁକ୍ଷ୍ମ ଦୁନିଆର ଗୁଣଧର୍ମ ଦେଖିବା ପାଇଁ ଗୋଟିଏ ନୂଆ ବାଟ ଥିଲା । ନିଉଟନୀୟ ଯାନ୍ତ୍ରିକୀ ସ୍କୁଳ ଦୁନିଆର ସମସ୍ତ ଘଟଣାକୁ ବୁଝାଇ ପାରୁଥିଲା । ପ୍ଲାଙ୍କ କୃଷ୍ଣପିଣ୍ଡ ବିକିରଣ ବିଷୟରେ ତାଙ୍କର ତତ୍ତ୍ବ ୧୯୦୦ ମସିହା ଡିସେମ୍ବର ୧୪ ତାରିଖ ଦିନ ବର୍ଲିନରେ ଘୋଷଣା କରିଥିଲେ । ତେଣୁ ଏହି ତାରିଖକୁ କ୍ୱାଣ୍ଟମ୍ ଯାନ୍ତ୍ରିକୀର ଜନ୍ମଦିନ ବୋଲି ଧରାଯାଏ ।

ବିଂଶ ଶତାବ୍ଦୀର ପ୍ରଥମ ଦଶକର ଶେଷ ଯାଏଁ ପଦାର୍ଥ ବିଜ୍ଞାନୀମାନେ କ୍ୱାଣ୍ଟମ୍ ତତ୍ତ୍ବର ପ୍ରଭାବ ଠିକ ଭାବରେ ବୁଝିପାରିନଥିଲେ । କେବଳ ଲରେଞ୍ଜ, ଏହରେନ୍‌ଫେଷ୍ଟ ଜୀନ୍‌ସ, ଆଇନଷ୍ଟାଇନ, ଲାରମର, ପ୍ଲାଙ୍କଙ୍କ ଭଳି ଅଳ୍ପ କେତେ ଜଣ ସିଦ୍ଧାନ୍ତିକ ପଦାର୍ଥ ବିଜ୍ଞାନୀ ଏହା ଉପରେ ଗଭୀର ଭାବରେ ବିଚାର କରିବାକୁ ଆରମ୍ଭ କଲେ । ୧୯୦୬ ମସିହା ଯାଏଁ କେର୍ବଳ ଆଇନଷ୍ଟାଇନ ହିଁ ପ୍ଲାଙ୍କଙ୍କ ତତ୍ତ୍ବର ବୈପ୍ଳବିକ ଗୁଣଧର୍ମକୁ ବୁଝି ପାରିଥିଲେ । କିନ୍ତୁ ବିଂଶ ଶତାବ୍ଦୀର ପ୍ରଥମ ଦଶକର ଶେଷ ବେଳକୁ ଅନେକ ବିଜ୍ଞାନୀ ମାନିଥିଲେ ଯେ ଶକ୍ତିର କ୍ୱାଣ୍ଟମୀକରଣ ହେଉଛି ଏକ ବାସ୍ତବ ପ୍ରକ୍ରିୟା ଏବଂ ଏହା ଫଳରେ ପାରମ୍ପରିକ ପଦାର୍ଥ ବିଜ୍ଞାନ ତୁଳନାରେ ଆଧୁନିକ ବିଜ୍ଞାନ ପୁରା ନୂଆ ବାଟରେ ଆଗେଇବ ।

ବିଂଶ ଶତାବ୍ଦୀର ପ୍ରଥମ ଦଶକରେ କ୍ୱାଣ୍ଟମ୍ ତତ୍ତ୍ବକୁ କେବଳ କୃଷ୍ଣପିଣ୍ଡ ବିକିରଣର ତତ୍ତ୍ବ ରୂପରେ ଦେଖାଯାଉଥିଲା । ପଦାର୍ଥ ବିଜ୍ଞାନୀମାନଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିଲାନାହିଁ । ବିକିରଣର ନିରନ୍ତର ଗୁଣଧର୍ମ ଉପରେ ଆଇନଷ୍ଟାଇନଙ୍କର ସନ୍ଦେହ ଥିଲା । ତେଣୁ ଏହା ଉପରେ ଅଧିକ ଚିନ୍ତା କରିବା ପରେ ୧୯୦୫ ମସିହାରେ ସେ ଆଲୋକ

ଶେଷରେ ମହା ବିପ୍ଳବ ୫୫