ପୃଷ୍ଠା:Biplaba Suare Padartha Bigyan.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିଥିଲା ଏବଂ ତା’ର ଚାରିପଟେ ଇଲେକ୍‌ଟ୍ରନ ଗୁଡ଼ିକ ଘୁରୁଥିଲେ । ନାଭିରେ ସବୁ ଧନାତ୍ମକ ଆବେଶ ଠୁଳ ହୋଇଥିଲା ଏବଂ ସମାନ ପରିମାଣର ରାଣାତ୍ମକ ଆବେଶ ଇଲେକ୍‌ଟ୍ରନ ଦେହରେ ରହୁଥିଲା । ନାଭିରେ ଥିବା ଧନାତ୍ମକ ଆବେଶଯୁକ୍ତ କଣିକା ୧୯୧୪ରେ ଚିହ୍ନଟ କରାଗଲା ଏବଂ ତା’ର ନାମ ପ୍ରୋଟନ ରଖାଗଲା । କିନ୍ତୁ ଏକା ପ୍ରକାରର (ଧନାତ୍ମକ) ଆବେଶ କିପରି ନାଭି ଭଳି ଏତେ ଛୋଟ ଜାଗାରେ ଏକାଠି ରହିପାରୁଛନ୍ତି ତାହା କେହି ବୁଝାଇ ପାରୁନଥିଲେ । ୧୯୩୨ ମସିହାରେ ନାଭି ଭିତରେ ଏକ ଆବେଶହୀନ କଣିକା ନିଉଟ୍ରନ ରହିଥିବା କଥା ଇଂରେଜ ପଦାର୍ଥ ବିଜ୍ଞାନୀ ଜେମ୍‌ସ୍ ଚାଡ୍ୱିକ (୧୮୯୧-୧୯୭୪) ଦେଖାଇଲେ ଏବଂ ନାଭିକୀୟ କଣିକାଗୁଡ଼ିକୁ ବାନ୍ଧି ରଖିବାରେ ତା’ର ଭୂମିକା ବୁଝାଇପାରିଲେ ।

୧୯୧୧ ମସିହାରେ ନୀଲ ବୋର୍ (୧୮୮୫-୧୯୬୨) ଦେଖିଲେ ଯେ ପାରମ୍ପରିକ ପଦାର୍ଥ ବିଜ୍ଞାନର ନିୟମକୁ ଆଧାର କରି ପରମାଣୁର ଯେଉଁ ଗଠନ ଚିନ୍ତା କରାଯାଇଛି ତାହା ଧାତୁର ଗୁଣଧର୍ମକୁ ବୁଝାଇ ପାରୁ ନାହିଁ । ଅର୍ଣ୍ଣେଷ୍ଟ ରଦରଫୋର୍ଡଙ୍କ ପରମାଣୁ ମଡେଲକୁ କ୍ୱାଣ୍ଟମ୍ ତତ୍ତ୍ବ ସାହାଯ୍ୟରେ ବୁଝାଇ ତାହାକୁ ଗ୍ରହଣ ଯୋଗ୍ୟ କରିବାରେ ସେ ସଫଳ ହୋଇଥିଲେ ।

ନିଉଟନୀୟ ବା ପାରମ୍ପରିକ ପଦାର୍ଥ ବିଜ୍ଞାନ ରଦରଫୋର୍ଡଙ୍କ ମଡେଲର ସ୍ଥିରତାକୁ ବୁଝାଇ ପାରୁନଥିଲା । ସୂର୍ଯ୍ୟ ଚାରିପାଖେ ଗ୍ରହ ବୁଲିବା ଗୋଟିଏ କଥା, କିନ୍ତୁ ଇଲେକଟ୍ରନ ଭଳି ଆବେଶଯୁକ୍ତ କଣିକା ଘୁରିବାର ପ୍ରଭାବ ଅଲଗା । ଉନବିଂଶ ଶତାବ୍ଦୀରେ ଫାରାଡେ ଏବଂ ମାକ୍ସୱେଲ ଦେଖାଇଥିଲେ ଯେ କୌଣସି ବିଦ୍ଯୁତ ଆବେଶଯୁକ୍ତ କଣିକା ଜୋରରେ ଗତି କଲେ ସେଥିରୁ ଶକ୍ତି ବାହାରି ଥାଏ । ତେଣୁ ବୃତ୍ତାକାର ପଥରେ ଘୁରୁଥିବା ବେଳେ ବିକିରଣ ଯୋଗୁଁ ଇଲେକ୍‌ଟ୍ରନର

ଶେଷରେ ମହୀ ବିପ୍ଳବ ୫୭