ପୃଷ୍ଠା:Biplaba Suare Padartha Bigyan.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏଡ଼ିଏ ନ ମରିସ୍ ଡିରାକ୍ (୧୯୦୨ - ୧୯୮୪) କ୍ୱାଣ୍ଟମ ଯାନ୍ତ୍ରିକୀ ସହିତ ଆଇନଷ୍ଟାଇନଙ୍କ ଆପେକ୍ଷିକତା ତତ୍ତ୍ବକୁ ମିଶାଇ ଦୁହିଙ୍କର ଏକ ବ୍ୟାପକ ରୂପ ପ୍ରସ୍ତୁତ କଲେ । ଏହି ନୂଆ ମିଳିତ ଆପେକ୍ଷିକ କ୍ୱାଣ୍ଟମ ଯାନ୍ତ୍ରିକୀ ପଦାର୍ଥ ବିଜ୍ଞାନର ଦିଗକୁ ଆହୁରି ବଦଳାଇ ଦେଲା ।

୧୯୩୦ ଦଶକରେ ପଦାର୍ଥ ବିଜ୍ଞାନରେ ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥିଲା । ୧୯୩୦ ମସିହାରେ ସି. ଭି. ରମଣଙ୍କୁ ' ରମଣ ପ୍ରଭାବ" ପାଇଁ ନୋବେଲ ପୁରସ୍କାର ମିଳିଥିଲା । ନୋବେଲ ପୁରସ୍କାର ପାଇବାରେ ରମଣ ଏସିଆ ମହାଦେଶରେ ପ୍ରଥମ ବିଜ୍ଞାନୀ ଥିଲେ ।

ପରମାଣୁ ବିଜ୍ଞାନ

ତେଜସ୍କ୍ରିୟତା ଏବଂ ପରମାଣୁ ଦେହରୁ ବାହାରୁଥିବା ବିଭିନ୍ନ ବିକିରଣ ବିଷୟରେ କିଛି ଧାରଣା ଆସିବା ପରେ ବିଜ୍ଞାନୀମାନେ ପରମାଣୁର

୬୦ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ