ପୃଷ୍ଠା:Biplaba Suare Padartha Bigyan.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|393px|page=65]]

ଜାଣିଲେ । ବିଶ୍ବର ଆକାର ଏବଂ ଆମ ନୀହାରିକାର ଅକୃତି ବିଷୟରେ ଧାରଣା ମିଳିଲା । ମହାବିସେପ୍ଟାରଣରୁ ବିଶ୍ବର ଉତ୍ପତ୍ତି ଏବଂ ତା’ର ବର୍ତ୍ତମାନର ପ୍ରସାରଣଶୀଳ ରୂପ ବିଜ୍ଞାନୀମାନଙ୍କ ପାଇଁ ଗ୍ରହଣୀୟ ହୋଇପାରିଲା । ବିଜ୍ଞାନର ମୂଳଦୁଆ ପକାଇଥିବା ଜ୍ୟୋତିର୍ବିଜ୍ଞାନ ପଦାର୍ଥ ବିଜ୍ଞାନ ଗବେଷଣାର ମୁଖ୍ୟ ସ୍ରୋତକୁ ଫେରିଆସିଲା ।

ବିଜ୍ଞାନରୁ ପ୍ରୟୋଗ

୧୯୩୦ ଦଶକର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଏକ ଆବିଷ୍କାର ଥିଲା ହିଲିଅମର ଅତି ତରଳ ଅବସ୍ଥା । ଆଧୁନିକ ରାଡାର ଏବଂ ପ୍ରଥମ ସାଂଖିକ କମ୍ପ୍ୟୁଟରର ବିକାଶ ୧୯୪୦ ଦଶକରେ ହିଁ ହୋଇଥିଲା । ଯୁଦ୍ଧ ବିଷୟରେ ଗବେଷଣାରୁ କାରିଗରୀ ବିଜ୍ଞାନ ବା ଚେକ୍ନୋଲଜିର ବିକାଶ ହେବା ସହିତ ନାଭିକୀୟ ଏବଂ ବୈଦ୍ଯୁତିକ-ଚୁମ୍ବକୀୟ କ୍ରିୟା ଉପରେ ଅନେକ ମୌଳିକ କଥା ଜଣାପଡ଼ିଲା ।

୧୯୫୦ ଦଶକରେ ମେସର, ଲେଜର ଏବଂ ଏକୀକୃତ ପରିପଥ ଆସିଲା । ଏଥିରେ ପଦାର୍ଥ ବିଜ୍ଞାନରେ ବିପ୍ଳବ ଆସିବା ସହିତ ଆମର ନିତିଦିନିଆ ଜୀବନ ବି ବଦଳିଗଲା । ୧୯୫୦ ଦଶକରେ ପଦାର୍ଥ ବିଜ୍ଞାନରେ କାରିଗରୀ ବିଜ୍ଞାନର ବିକାଶ କରାଗଲା ଏବଂ ଏହା ସାହାଯ୍ୟରେ ବିଶ୍ବ ବିଷୟରେ ଆମର ଜ୍ଞାନ ବହୁତ ବଢ଼ିଗଲା ।

ଶେଷରେ ମହା ବିପୁନ ୬୩,