ପୃଷ୍ଠା:Biplaba Suare Padartha Bigyan.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମଣିଷର ଜୀବନ‌କୁ ବିଜ୍ଞାନ ଆଜି ବିଶେଷ ଭାବରେ ପ୍ରଭାବିତ କରୁଛି । କିନ୍ତୁ ଆଜିର ଅବସ୍ଥାରେ ପ‌ହଞ୍ଚିବା ପାଇଁ ବିଜ୍ଞାନ‌କୁ ଅନେକ ସମୟ ଲାଗିଛି, ଅନେକ ମଣିଷଙ୍କ ମୁଣ୍ତ ସେଥିପାଇଁ ଖେଳିଛି । ବିଜ୍ଞାନର ସେହି ଲମ୍ବା ଇତିହାସରେ ଅନେକ ମୋଡ଼ ମଧ୍ୟ ରହିଛି । କେତେ ମୋଡ଼ ବିଜ୍ଞାନର ନୂଆ ଦିଗ ଖୋଲି ଦେଇଛି, କିନ୍ତୁ ଆଉ କିଛି ତାକୁ ଅନ୍ଧ ଗଳିକୁ ମଧ୍ୟ ଟାଣିନେଇଛି । ତ‌ଥାପି ଶେଷରେ ବିଜ୍ଞାନୀଙ୍କୁ ଆଲୁଅ ମିଳିଛି । ପ୍ରକୃତିର ରହସ୍ୟକୁ ବୁଝିବାରେ, ତାକୁ ବୁଝାଇବାରେ ଏବଂ ତାହାର ଗୁମରକୁ କାମରେ ଲଗାଇବାରେ ମଣିଷ ସଫଳ ହୋଇଛି । ଭୁଲ କାମରେ ବା ଭୁଲ ବାଟରେ ମଧ୍ୟ ବିଜ୍ଞାନକୁ ଲଗାଯାଇଛି । ସେହି ଭୂଲକୁ ନଦୋହରାଇବାର ଦାୟିତ୍ବ ମଧ୍ୟ ସେହି ମଣିଷ ହାତରେ । ଏଥିପାଇଁ ବିଜ୍ଞାନର ଇତିହାସକୁ ଜାଣିବା ଜରୁରୀ । ସେହି ଚେଷ୍ଟାରେ ସହାୟତା କରିବା ଏହି ବ‌ହିଟିର ଲକ୍ଷ୍ୟ ।

ସୃଜନିକା ଜାଗମରା, ଡାକ: ଖଣ୍ତଗିରି ଭୁବନେଶ୍ୱର ୭୫୧୦୩୦

ମୂଲ୍ୟ: ୧୫.୦୦ ଟଙ୍କା