ପୃଷ୍ଠା:Biplaba Suare Padartha Bigyan.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିକାଶରୁ ବିପ୍ଳବ

ବିଜ୍ଞାନର ଇତିହାସକୁ ଦେଖିଲେ ଜଣାଯାଏ ଯେ ବିଜ୍ଞାନ ନିରବଚ୍ଛିନ୍ନ ଭାବରେ ଆଗେଇ ଚାଲିଥାଏ । ବିଜ୍ଞାନର ଏହି ପ୍ରଗତି ସାଧାରଣତଃ ଧୀର, କିନ୍ତୁ ନିୟମିତ । ତ‌ଥାପି ମଝିରେ ମଝିରେ ଏପରି କିଛି ସମୟ ଆସିଛି ଯେଉଁ ସମୟରେ ବିଜ୍ଞାନର କୌଣସି ବିଭାଗରେ କିଛି ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି । ହଠାତ କେବେ ହୁଏତ କିଛି ଅତି ପ୍ରଭାବଶାଳୀ ଉଦ୍ଭାବନ ଆସିଛି କିମ୍ବା କିଛି ଗଭୀର ସିଦ୍ଧାନ୍ତିକ ବିଚାର ମୁଣ୍ତ ଟେକିଛି, ଯାହା ଫଳରେ ବିଜ୍ଞାନର ସେହି ବିଭାଗରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଆଉ କେବେ ଏଭଳି କିଛି ଘଟିଛି ଯାହାର ପ୍ରଭାବ ବିଜ୍ଞାନର କେବଳ ସେହି ବିଭାଗରେ ନୁହେଁ, ବରଂ ବିଜ୍ଞାନର ସବୁ ବିଭାଗରେ ଖେଳିଯାଇଛି । ସତରଶ ଶତାବ୍ଦୀରେ ଏହିଭଳି ଏକ ସମୟ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଆସିଥିଲା । ଏହା ଏକ ବିଶେଷ ବିପ୍ଳବ ଥିଲା ଯାହା କେବଳ ଜ୍ୟୋତିର୍ବିଜ୍ଞାନ ନୁହେଁ, ବିଜ୍ଞାନର ସବୁ ବିଭାଗର ବିକାଶରେ ସାହାଯ୍ୟ କରିଥିଲା । ବିଶେଷ କରି ପଦାର୍ଥ ବିଜ୍ଞାନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥିଲା । କ‌ହିବାକୁ ଗଲେ ତାହା ଆଧୁନିକ ବିଜ୍ଞାନର ମୂଳଦୁଆ ପକାଇଥିଲା ।

ବିଶ୍ୱର କାଳ୍ପନିକ ରୂପ

ସେହି ବୈଜ୍ଞାନିକ ବିପ୍ଳବର ଆରମ୍ଭ ହୋଇଥିଲା ୨୪ ମେ, ୧୫୪୩ ଦିନ । ଏହି ଦିନ ପୋଲାଣ୍ତର ଜ୍ୟୋତିର୍ବିଜ୍ଞାନୀ ନିକୋଲାସ୍