ପୃଷ୍ଠା:Biplaba Suare Padartha Bigyan.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋପରନିକସଙ୍କ ମହାନ କୃତି ଅନ୍ ଦି ରିଭଲ୍ୟୁସନ୍ ଅଫ୍ ଦି ସେଲେଶ୍ଚିଆଲ୍ ସ୍ଫିଅର୍ସ ଗ୍ରନ୍ଥଟି ପ୍ରକାଶିତ ହୋଇଥିଲା । କୋପରନିକସ୍‌ଙ୍କ ଆଗରୁ ବିଶ୍ୱାସ ଥିଲା ଯେ ପୃଥିବୀ ହିଁ ବିଶ୍ୱର କେନ୍ଦ୍ରରେ ରହିଛି । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ଆଦି ଏହି ପୃଥିବୀର ଚାରିପଟେ ଘୃରୁଛନ୍ତି । କିନ୍ତୁ

କୋପରନିକସ ମତ ଦେଲେ, "ସୂର୍ଯ୍ୟ ଗତି କଲା ଭଳି ଦେଖାଯାଉଛି । କିନ୍ତୁ ପ୍ରକୃତରେ ପୃଥିବୀର ଗତି ଯୋଗୁଁ ହିଁ ଆମକୁ ଏଭଳି ମନେ ହେଉଛି । ଅନ୍ୟ ଗ୍ରହମାନଙ୍କ ଭଳି ପୃଥିବୀ ମଧ୍ୟ ସୂର୍ଯ୍ୟ ଚାରିପଟେ ଘୁରୁଛି ଏବଂ ତା ସ‌ହିତ ଆମେ ମଧ୍ୟ ଘୁରୁଛେ ।" ଏଭଳି ଯୁଗାନ୍ତକାରୀ ଚିନ୍ତା କରିଥିବାରୁ କୋପରନିକସ୍‌ଙ୍କୁ ଆଧୁନିକ ଆକାଶ ବିଜ୍ଞାନର ଜ‌ନ‌କ ରୂପେ ମାନ୍ୟତା ଦିଆଯାଏ । କିନ୍ରୁ ଖାଲି ଜଣେ ଆକାଶ ବିଜ୍ଞାନୀର ମାନ୍ୟତା ତାଙ୍କ ପାଇଁ ଯଥେଷ୍ଟ ହେବ ନାହିଁ, କାରଣ ବିଜ୍ଞାନର ମୌଳିକ ଚିନ୍ତାଧାରାରେ ସେ ଏକ ନୂଆ ମୋଡ଼ ଆଣିଥିଲେ । ଆଖିଦେଖା ଅନୁଭୂତି

୬ ବିପ୍ଳବ ସୁଅରେ ବିଜ୍ଞାନ