Jump to content

ପୃଷ୍ଠା:Biswash.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପୋଛିଦିଏ ! ସେହି ବାପା ବି ତ ସବୁ ଆବଶ୍ୟକ ପୂରଣ କରନ୍ତି । ଜୀବନ ବଡ଼ ବିଚିତ୍ର ଶକ୍ତି ! ଜୀବନ ବଡ଼ ବିଚିତ୍ର ।

- ସବୁ ଦୋଷ କ’ଣ ମୋର? ପୁଅ ପିଲା ମୁଁ, ଦୟା, ଧର୍ମ, କ୍ଷମା ମୋ ଦେହରେ ଭରିଛି । ତୁମକୁ ଆଶା ଦେଇ ଆଶା ମାରିବାକୁ ଚାହୁଁନି । ପରୀକ୍ଷାରେ ଫାଷ୍ଟ୍‌କ୍ଲାସ୍‌ରେ ପାସ୍ କଲି ବୋଲି ମା’ ତା’ର ଗହଣା କଢ଼ି ଦେଇଥିଲା ବାଇକ୍ ପାଇଁ । ତୁମେ ଥରେ ଚିନ୍ତା କର, ସେଇ ଗହଣାକୁ ନେଇ ଆସିଛି ତୁମରି ପାଇଁ ।

କଣ୍ଠ ବାଷ୍ପରୋଳ ହୋଇଯାଉଥାଏ ଶକ୍ତିକୁ ଜାବୁଡ଼ି ଧରିଲା ସ୍ୱପ୍ନା ।

- ମୋ ବାପା ବହୁତ ରାଗି । ମାଡ଼ ମାରିବେ, ପିଠି ପତେଇ ଦେବି । ଖାଇବାକୁ ନଦେବେ ଉପାସ ଶୋଇ ପଡ଼ିବି । କିନ୍ତୁ ତୁମକୁ ପାଇବାକୁ ଏମିତି ଲୁଚିକି ଯାଇ ପାରିବିନି । ମୋତେ କ୍ଷମା କରିଦିଅ ଶକ୍ତି, ମୋତେ କ୍ଷମା କରିଦିଅ ।

ରାତ୍ରି ସେଇ କିଟିମିଟି ଘନଅନ୍ଧକାର ସିନା ସକାଳର ଆଲୋକରେ ରଙ୍ଗୀନ ହୋଇଗଲା । ହାତରେ ଥିବା ଦୁଇଟି ଟିକେଟ୍ ଟିଟିଇ ପାଖରେ ପହଞ୍ଚିଥିଲେ, ପ୍ରତିଟି ସ୍ୱପ୍ନ ଅବଶୋଷରେ କଟିଥାନ୍ତା । ଆଜି ଶକ୍ତି ଆଉ ସ୍ୱପ୍ନା ସ୍ୱାମୀ-ସ୍ତ୍ରୀ ଭାବେ ବାପାମାଆଙ୍କ ଆଶୀର୍ବାଦ ନେଇ ଖୁସିରେ ଅଛନ୍ତି ।

ନୀରବରେ ଆନ୍ଦୋଳନ କରିବା, ଗୋଟିଏ ଗାଲରେ ମାଡ଼ ଖାଇଲେ ଅନ୍ୟ ଗାଲ ଦେଖାଇ ଦେବାକୁ ଖାଲି ଅହିଂସା କୁହାଯାଏନି, ସମୟ ସହ ଅହିଂସାର ରୂପରେଖ ବଦଳିଛି । ଯେମିତି ଶକ୍ତି ଆଉ ସ୍ୱପ୍ନାର ପ୍ରେମ କାହାଣୀ ।

* * *