ଟେକିନେଇ କାଖକଲେ । ବାପା କାଖରେ ସିନା ରହିଥାଏ କିନ୍ତୁ ମନେ ମନେ ଭାବୁଥାଏ ଆଗଥର ଦେଇଥିବା ଖେଳନା ସବୁ ସେମିତିକା ପଡ଼ିଛି । ସବୁଥର ପରି ସେହି ସେହି ସମାନ କଥା, ଏଥର ପରୀକ୍ଷା ସରିଲାପରେ ତୋତେ ମୁଁ ନିଜେ ଆସି ଘରକୁ ନେଇଯିବି । ଆଉ ତା’ ପରେ ବିଦାୟ । ପୁଣି ଅପେକ୍ଷା ଆର ମାସକୁ ସ୍କୁଲ୍ ଫିସ୍ ଦେବାକୁ ଆସିବେ ଦେଖାକରି ଚାଲିଯିବେ । ହେଡ୍ ମାଷ୍ଟର୍ ପାଖରେ ଏମିତି କ’ଣ କହିବେ ଯେ ପରିସ୍ଥିତି ଅସମ୍ବାଳ । ଭୋର୍ ୪ରୁ ଉଠି ରାତି ୧୦ଟା ପର୍ଯ୍ୟନ୍ତ ପାଠ ଖାଲି ପାଠ ।
ସେଦିନ ଜେଜେମା’ର ଦେହ ଖରାପ ହୋଇଥାଏ, ମୋତେ ବେଶୀ ଖୋଜା ଖୋଜି କରିବାରୁ ବାପା ମୋତେ ଆସି ନେଇଗଲେ ଘରକୁ । ପ୍ରଥମେ ସିନା ଖୁସି ହୋଇଗଲି, କିନ୍ତୁ ସେଠିବି ଆରମ୍ଭ ହୋଇଗଲା ପାଠପଢ଼ା । ଦିନରେ ମାଆ ଆଉ ରାତିରେ ବାପା, ଆଉ ଯେଉଁ ପଡ଼ୋଶୀ ବନ୍ଧୁ ବାନ୍ଧବମାନେ ଆସନ୍ତି ସମସ୍ତଙ୍କ ସମ୍ନାରେ ମୋର ସାଧାରଣ ଜ୍ଞାନ ଟେଷ୍ଟ ହେଉଥାଏ । ଘରରୁ ବାହାରକୁ ଯିବା ତ ଦୂରର କଥା, ମୁତିବା ପାଇଁ ବି ପଚାରିବା ପାଇଁ ପଡ଼େ । ମନରେ ମନକୁ ମାରି ଚୁପ୍ ରହିବାକୁ ପଡ଼େ । କାହିଁକିନା ମୁଁ ଛୋଟ ପିଲା ମୋର କହିବାର ଅଧିକାର କିଛି ବି ନାହିଁ । କହିବାକୁ ଚେଷ୍ଟାକଲେ ମୁଁ ମୁହଁରେ ଉତ୍ତର ଦେଉଛି ବୋଲି ସବୁ କହିବେ । ଇଚ୍ଛା ଥିଲା ଆକାଶରେ ମୁକ୍ତ ହୋଇ ଉଡ଼ିବାକୁ, ହେଲେ ମଣିଷ ହୋଇବି ପିଞ୍ଜରାରେ ବନ୍ଦି । ଭାଙ୍ଗିଯାଇଛି ଆଜି ମଧୁ ବାରିଷ୍ଟର ହେବାର ସ୍ୱପ୍ନ । ଭାଙ୍ଗିଗଲା ଭଲ ମଣିଷର ସ୍ୱପ୍ନ । କାହିଁକି ନା ମୋତେ ମୋ ବାପାଙ୍କର ଭଲ ପୁଅ ହେବାକୁ ହେବ । ମୋ ମାଆଙ୍କର ଭଲ ପୁଅ ହେବାକୁ ହେବ ।
ଏମିତି ଭାବୁ ଭାବୁ ଛାତ ଉପରୁ ତଳକୁ ଡେଇଁପଡ଼ିଲା ଲିପୁନା । କାହିଁକିନା ତାକୁ ଧରମା ହେବାକୁ ପସନ୍ଦ ଲାଗିଲା ଯିଏ ୧୨୦୦ ବଢ଼େଇର ଜୀବନ ରକ୍ଷା କରିବାକୁ ଯାଇ ନିଜକୁ ଶେଷ କରି ଦେଇଥିଲା । ଆଜି ଲିପୁନା ତା’ ପରି ଦୁନିଆର ସବୁ ପିଲାଙ୍କ ବାପାମାଆଙ୍କୁ ଦର୍ଶାଇ ଗଲା ଜୀବନର ସ୍ୱପ୍ନ କ’ଣ...
ଆଖିରେ ଆଖିଏ ସ୍ୱପ୍ନ ଦେଖି ପିଲାମାନଙ୍କୁ ହଷ୍ଟେଲରେ ରଖି ସ୍ୱପ୍ନର ମିନାର ଗଢ଼ୁଥିବା ପିତାମାତାମାନେ ଟିକିଏ ଧ୍ୟ୍ୟାନ ଦେବା ଦରକାର, ଇଏ ତୁମ ଜନ୍ମିତ ମଣିଷ ପିଲା ଗୋରୁ ଗୁହାଳର ଗାଈ ନୁହେଁ ।