ବସନ୍ତର ପବନରେ ଗଛ ସବୁ ପତ୍ରଝଡ଼ା ଦେଉଥାନ୍ତି ଥିରିଥିରି । ମଳୟ ପବନ ସାଙ୍ଗକୁ ମଳୟର ବାସ୍ନା ଦେହ ଶିହରାଇ ଦେଉଥାଏ । ଠିକ୍ ଏଇ ସମୟରେ ପାର୍କର ଫୁଟ୍ପାଥ୍ ଉପରେ ପଦଚାରଣ କରୁଥାନ୍ତି ରମେଶ ଆଉ ରଶ୍ମୀ । ଥାଏ ଆଖିରେ ଅସୁମାରୀ ସ୍ୱପ୍ନ, ସାମ୍ନାରେ ରଙ୍ଗୀନ ଦୁନିଆ ଆଉ ବିରାଟ ପ୍ରଶ୍ନବାଚୀ । ଏଇ ମଳୟ କ’ଣ ସବୁଦିନ ରହିବ? ଆଉ ଏ ଆଖିର ସ୍ୱପ୍ନ?? ପୁଣି ପ୍ରଶ୍ନର ପ୍ରଶ୍ନ ହୋଇ ମିଳାଇ ଯାଉଥାଏ ନୀରବ ଆକାଶରେ ।
ହଠାତ୍ ପବନ ଗତିଶୀଳ ହେବାକୁ ଲାଗିଲା । କୁଆଡ଼େ ଥିଲା କେଜାଣି କଳାହାଣ୍ଡିଆ ମେଘଟା ବରକୋଳିଆ ଟୋପା ନେଇ ବର୍ଷିବାରେ ଲାଗିଲା । ସମସ୍ତେ ଏପାଖ ସେପାଖ ଦୈଉଡ଼ିବାରେ ଲାଗିଥାନ୍ତି । ରମେଶ ଆଉ ରଶ୍ମୀ ମଧ୍ୟ ଦଉଡ଼ି ଦଉଡ଼ି ଗୋଟେ ବନ୍ଦ ଦୋକାନ ବାରଣ୍ଡା ପାଖରେ ପହଞ୍ଚିଲେ । ବର୍ଷା ବଢ଼ିବାରେ ଲାଗିଥାଏ, ଛାଡ଼ିବାର ନାଁ ନେଉନଥାଏ । ହାତରେ ହାତ ଛନ୍ଦି ଛପରରୁ ଝରିପଡ଼ୁଥିବା ପାଣିକୁ ହାତରେ ଧରି ଆଳାପ କରୁକରୁ ନଜର ପଡ଼ିଲା ଟିକେ ଦୂରରେ ବେଞ୍ଚ ଉପରେ ବସିଥିବା ଝିଅଟା ଉପରେ । ଚୁପ୍ଚାପ୍ ବସିଥାଏ, ଆଖିରେ ଆଖିଏ ବିରହର ଅଶ୍ରୁ ନେଇ । ଆଖପାଖରେ କେହିନଥାନ୍ତି, ବୋଧହୁଏ ଏକୁଟିଆ ଆସିଛି ଆଉ କିଛି ଅସୁବିଧାରେ ପଡ଼ିଛି ! କାହାକୁ କିଛି କହିବା ଆଗରୁ ରମେଶର ହାତ ରୋକି ଦେଇ ଆଗକୁ ବଢ଼ିଲା ରଶ୍ମୀ ମନରେ ଅଶୁମାରୀ ପ୍ରଶ୍ନ ନେଇ । ପ୍ରେମ ଭରା ସ୍ପର୍ଶ ଦେଇ ପାଖରେ ବସିଲା ରଶ୍ମୀ । ପଚାରିବାରେ ଲାଗିଲା ଅଶୁମାରୀ ପ୍ରଶ୍ନ । ଆଉ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ସେତିକି ରୋଚକ ଥିଲା । ସେ ସବୁ ପ୍ରଶ୍ନର ଉତ୍ତରକୁ ଗୋଟିଏ ଅକ୍ଷରରେ ସାରି ଦେଲା । ଉତ୍ତର ଥିଲା “ନା” । କେହି ଅଛନ୍ତି ନିଜର ନା କେହି ଅଛି ଆପଣାର, ନିସ୍ତବ୍ଧ ସମୟରେ ଶୂନ୍ୟ ପ୍ରତିଧ୍ୱନୀ ଛଡ଼ା ବାକି କିଛି ନାହିଁ । ଆଉ ଯେଉଁମାନେ ନିଜର ନିଜର ବୋଲି ଅଧିକାର ସାବ୍ୟସ୍ତ କରୁଥିଲେ ସେମାନେବି ଲୁଚିଗଲେ ମେଘର ଆଢ଼ୁଆଳେ ।
ତୀର୍ଯ୍ୟକ ଅପରାହ୍ନଟା ମେଘର ଆଢ଼ୁଆଳେ ଅନ୍ଧାର ହୋଇ ସାରିଥିଲା ଆଉ ଏହାରି ଭିତରେ ରମେଶକୁ କିଛି ବୁଝା ପଡ଼ୁ ନଥାଏ । ଅନେକ ସମୟର ଅପେକ୍ଷା ପରେ