ପାଖକୁ ଆସିଲା । ଧଳା ଓଢ଼ଣୀ ଭିତରୁ ମୁହଁଟାକୁ ଦେଖି ଚମକି ପଡ଼ିଲା । ଶ୍ରାବଣୀ ତୁ ! ଏଠି କ’ଣ କରୁଛୁ? ଏଇ ପାଖରେ ମୁଁ ଘର ନେଇଛି । ଚାଲ ସେଠି ବସି କଥା ହେବା ।
ରଶ୍ମୀ - ତୁମେ ୟାଙ୍କୁ ଜାଣିଛ !? ତାହାଲେ ଭଲ ହେଲା । ଏ ବହୁତ ଡରି ଯାଇଛନ୍ତି ବୋଧେ, ଚାଲ ଘରକୁ ଯିବା ।
ରମେଶ - ହଁ ମୋ ପିଲା ଦିନର ସାଙ୍ଗ, ଛ’ ବର୍ଷ ପରେ ଦେଖା । ଚାଲ ଘରକୁ ଯିବା ଶ୍ରାବଣୀ ।
ଶ୍ରାବଣୀ - ଜୀବନର ଚଲାବାଟରେ ସମୁଦ୍ରର ଜୁଆରଟା ସବୁକିଛି ଧୋଇ ନେଲାପରେ ଆଉ କ’ଣ ଅଛି ଯେ ମୁଁ ଏଠୁ ଯିବି?
ରଶ୍ମୀ - କ’ଣ ହୋଇଛି ସିଧା ସିଧା କୁହନ୍ତୁ । କିଛି ବି ବୁଝାପଡ଼ୁନି, ପ୍ଲିଜ୍ କୁହନା !!!
ଚଇତାଳି ପବନରେ ପଳାଶ ଫୁଲ ପରି ଜୀବନଟା ନାଲି ଟହ ଟହ ହୋଇ ଚହଟୁଥିବା ବେଳେ ପ୍ରୀତିର ଫୁଲ ନେଇ କେହିଜଣେ ଆସିଲା । ତା’ର ସେହି ମିଠା ମିଠା ସ୍ପର୍ଶରେ ନାଲି ନାଲି ଜୀବନକୁ ରଙ୍ଗୀନ କରିଦେଲା, ବାସ ବି ଭରିଲା । ଆଉ ଆମେ ଏହି ସୁନ୍ଦର ଜୀବନର ମୁକ୍ତ ପକ୍ଷୀ ପରି ଘୂରି ବୁଲୁଥିଲୁ ଏପାଖ ସେପାଖ ଆକାଶ ଛାତି ଚିରି, ଚନ୍ଦ୍ରମାକୁ ଛୁଇଁବା ଯାଏଁ ।
ସୃଷ୍ଟିର ନିୟମ ଥିଲା କିଛି ଅଲଗା । ହଠାତ୍ ଦିନେ ରାଜଧାନୀର ରାଜରାସ୍ତାରେ ବୁଲୁଥିବା ବେଳେ କୁଆ କୁକୁର ପରି ମାଡ଼ିବସିଲେ । ବହୁତ ଚିତ୍କାର କଲି, ହାତ ଯୋଡ଼ିଲି କେହିବି ଶୁଣିଲେନି । ବହୁ କଷ୍ଟରେ ଜୀବନ ବଞ୍ଚାଇ ଘରେ ପହଞ୍ଚେ ତ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଭାବିଥିଲି ସମସ୍ତେ ଖୁସି ହେବେ କାହିଁକି ନା ମୁଁ ବଞ୍ଚିଛି । ସେଠି ସବୁକିଛି ଥିଲା ନୂଆ । ମୁଁ, ମୋର ପରିଚୟ, ମୋର ଠିକଣା... ଛାଡ଼ । ପୁଣି ଆଶାନେଇ ଧାଇଁ ଗଲି ମୋ ପ୍ରିୟତମ ପାଖକୁ ହେଲେ ସେଠୁ ବି ନିରାଶ । ମୋତେ କେହି କହି ପାରିବକି ମୋର ଭୁଲ କେଉଁଠି? ମୋତେ କେହି କହିପାରିବ କି ମୋର କ’ଣ କରିବାର ଥିଲା?? ହଁ ! ଯେଉଁ ଦେଶର ହାଇପ୍ରଫାଇଲ୍ କେଶ୍ରେ ଦୋଷୀ ଦଣ୍ଡ ପାଇବାକୁ ୭ବର୍ଷ ୩ ମାସ ସମୟ ଲାଗିଗଲା ସେଠି ମୁଁ ବା କ’ଣ !? ଛାଡ଼ ! ଆଜି ମୁଁ ମୋ ଠିକଣା ପାଇ ସାରିଛି ।
ରମେଶ ବିବ୍ରତ ହୋଇ କହିଲା, “ତୋ’ର କିଛି ହବନି ଶ୍ରାବଣୀ, ତୋ’ର କିଛି ହେବନି ।”