ବିଦ୍ୟାଳୟ ଗୋଟେ ଏମିତି ଏକ ମନ୍ଦିର ଯେଉଁଠି ସବୁ ଧର୍ମ, ସବୁ ଜାତି ଓ ବର୍ଣ୍ଣର ପିଲା ନିର୍ଦ୍ୱନ୍ଦରେ ଆସିଥାନ୍ତି । ଆଉ ଏହି ମନ୍ଦିରରୁ ଜ୍ଞାନ ଆହରଣ କରି କିଏ ଦେଶ ଗଢ଼ିବାରେ ଲାଗିଛି ତ ଆଉ କିଏ ସନ୍ତ୍ରାସବାଦୀ ହୋଇ ହିଂସାର କଳାବାଦଲ ହୋଇ ଗ୍ରାସିବାରେ ଲାଗିଛି ସମଗ୍ର ମାନବ ଜାତିକୁ । ସିଧା କଥାରେ କହିବାକୁ ଗଲେ ମଣିଷ ଭଲ କିମ୍ୱା ଖରାପ ହେବାକୁ ହେଲେ ମଧ୍ୟ ବିଦ୍ୟାଳୟ ଆସିବାକୁ ପଡ଼େ ।
ସେଦିନ ଥାଏ ୨୦୦୯ ମସିହା ଅପ୍ରେଲର ଅନ୍ତିମ ଅପରାହ୍ନ । ଧୀରେ ଧୀରେ ବୈଶାଖର ତାତି ବଢ଼ୁଥାଏ ଆଉ ତା’ସହ କୃଷ୍ଣଚୂଡ଼ାର ନାଲି ନାଲି ରଙ୍ଗ ସତେ ଯେମିତି ଖତେଇ ହେଉଥାଏ । ଦେହରେ ତାତିକୁ ମନରେ ତାତି, ଜୀବନରେ ଚାଲିଛି କ’ଣ? କିଛି ବୁଝା ପଡ଼ୁନଥାଏ । ନା ଓଠରେ ହସ ନା ଘରକୁ ଯିବାର ଖୁସି । ଉପସ୍ଥିତ ଥିବା ସବୁ ପିଲାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥାଏ । ଭାବି ପାରୁନଥାନ୍ତି କ’ଣ ସବୁ କରିବେ ।
ହଠାତ୍ ହରିହର ସାର୍ ହାତରେ ଖଣ୍ଡେ ବାଡ଼ି ଧରି ରୁମ୍ ଭିତରକୁ ପଶିଆସିଲେ ଆଉ କହିଲେ ସମସ୍ତେ ନିଜେ ନିଜର ଜିନିଷ ପତ୍ର ବ୍ୟାଗ୍ରେ ରଖିଦିଅ ଗାଡ଼ି ଆସିବା ସମୟ ହୋଇଗଲାଣି । ଠିକ୍ରେ ରଖିବ, କେହି କାହାରି ଜିନିଷ ଯେମିତି ନ ନିଅ । ମୁନା ତୋତେ ସ୍ପେସିଆଲି । ସବୁବେଳେ ମଳୟ ତୋ’ ନାଆଁରେ ଅଭିଯୋଗ ଆଣୁଛି । ଆଉ ତୋ’ ସାଙ୍ଗ ଲିପୁ, ଅମର ଗଲେ କୁଆଡ଼େ?
ପ୍ରେମାଂଶୁ ବ୍ୟାଗରେ ଲୁଗା ରଖୁ ରଖୁ କହିଲା, “ସାର୍ ଅମର ଆଉ ଲିପୁ ଆରପାଖ ରୁମ୍ରେ ବସି କାନ୍ଦୁଛନ୍ତି ।” ମୁନା ହସିବାକୁ ଆରମ୍ଭ କରିଥିଲା କିନ୍ତୁ ସମସ୍ତଙ୍କ ନୀରବତା ଦେଖି ସେବି ଚୁପ ରହିଗଲା । କାହିଁକି ନା ଅମର ଆଉ ଲିପୁ କାନ୍ଦିବାର କାରଣ ସେ ନିଜେ; ପରୀକ୍ଷା ସାରି ରୁମ୍କୁ ଆସିବା ବାଟରେ ଧାଡ଼ି ଭାଙ୍ଗି ଅଙ୍ଗୁର ଆଣିବାକୁ ସେ ହିଁ ପଠାଇଥିଲା । ତା’ର ପରିଣତି ଯଦୁନ ସାରଙ୍କଠାରୁ ମାଡ଼ । ସାର୍ କିନ୍ତୁ ନୀରବରେ ରହିଗଲେ କିଛି କହିଲେ ନାହିଁ ।
ଅମର, ଲିପୁ ଆଉ ମୁନା ତିନି ଜଣକର ବନ୍ଧୁତା ଅଭଣା ସ୍କୁଲରେ ସମସ୍ତଙ୍କୁ