Jump to content

ପୃଷ୍ଠା:Biswash.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜନ୍ମଦିନଠାରୁ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସବୁ ମନ୍ଦିରରେ ଆୟୋଜନ ହେଉଛି । ଏପରିକି ବିଭିନ୍ନ ଧର୍ମର ଲୋକ ଭଗବାନଙ୍କ ନାମରେ ଚଡ଼ି, ବେନିୟନ୍ କମ୍ପାନୀ ମଧ୍ୟ ଭଗବାନଙ୍କ ନାମରେ କରୁଛନ୍ତି । ଏ ସବୁ ପ୍ରହସନ ଭିତରେ ଆମେମାନେ ଆମ ମୂଳ ଉଦ୍ଦେଶ୍ୟଠାରୁ ଦୂରକୁ ଚାଲିଯାଉଛୁ । ଭଗବାନଙ୍କ ନାମରେ ଭକ୍ତିଭାବଠାରୁ ବେପାରକୁ ଅଧିକ ଗୁରୁୁତ୍ୱ ଦେଉଛୁ । ତୁମେ ଏବେ କୁହ ଆମପାଇଁ ଭକ୍ତି ବଡ଼ ନା ଆମପାଇଁ ପ୍ରାପ୍ତି ବଡ଼?”

“ସତ କଥା ଜେଜେ ହେଲେ ଆମ ସମାଜ କ’ଣ? ଏସବୁକୁ ମାନୁଛି କିଏ? ଆମେ ପାଠକୁ ଭଗବାନ ମାନୁଥିବା ବେଳେ ସବୁ ଜୋତା ତଳେ ଲେଖା ରହୁଛି । ତମାଖୁ ଗୁଟୁଖା ଦେହପାଇଁ କ୍ଷତିକାରକ ହୋଇଥିବା ବେଳେ ଭଗବାନଙ୍କ ନାମରେ ଅଧିକ ବିକ୍ରି ହେଉଛି । କିନ୍ତୁ ଆମେ କରିବା କ’ଣ? ଆଜିର ସଭ୍ୟ ସମାଜରେ ବଞ୍ଚିବାକୁ ହେଲେ ଯାବତୀୟ ଅସଭ୍ୟ କାମ କରିବାକୁ ପଡ଼ୁଛି । ନା ଅଛି ଭକ୍ତି ନା ଅଛି ମୁକ୍ତି, ଖାଲି ପ୍ରାପ୍ତି ଆଉ ପ୍ରାପ୍ତି ।”

“ପ୍ରକୃତିକୁ ବିଗାଡ଼ିବାକୁ ଯାଇ ବନ୍ୟା, ବାତ୍ୟା, ଭୂମିକମ୍ପ ସବୁ ଯାବତୀୟ ପ୍ରାକୃତିକ ବିପଯ୍ୟୟ ସବୁ ଏଇଥିପାଇଁ । ଦେଖୁନୁ ଚୀନରେ ଏହି ପ୍ରକୃତିକୁ ବିଗାଡ଼ିବାକୁ ଯାଇ କରୋନାରେ ହଜାର ହଜାର ସଂଖ୍ୟାରେ ମରିଗଲେ । ଆମ ବେଳ ବେଶୀ ଦୂର ନୁହେଁ, ଏବେଠୁ ସତର୍କ ହେବାର ସମୟ ଆସିଯାଇଛି । ନହେଲେ ପ୍ରକୃତି ନିଜେ ନିଜର ରାସ୍ତା ବନାଇ ନେବ । ସତର୍କ ରୁହ ସଠିକ୍ ରୁହ । ସତକଥା ଜେଜେ ଆମକୁ ଆମର ଅଭ୍ୟାସ ବଦଳାଇବାକୁ ହେବ । ନହେଲେ ଏହି ସୁନ୍ଦର ପୃଥିବୀଟା ଅସୁନ୍ଦର ହେବାକୁ ବେଶୀ ସମୟ ଲାଗିବନି ।”

କବାଟରେ ଠକ୍ ଠକ୍ ଶବ୍ଦ ହେଲା ଚନ୍ଦନ ଉଠିଯାଇ କବାଟ ଖୋଲେ ତ ବାବା ଆଉ ମାମା ଆସିଛନ୍ତି । ବହୁତ ଗୁଡ଼ାଏ ଖେଳନା ଦେଖି ଖୁସି ହେଲା ସତ, ସେଥିରେ ଥିବା ଭଗବାନଙ୍କ ଫଟୋ ସବୁ କାଢ଼ିଦେଇ ମହାଆନ୍ଦରେ ଖେଳିଲା ।

* * *