Jump to content

ପୃଷ୍ଠା:Biswash.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗତିଶୀଳ ସମୟର ସାମ୍ନା କରିବା ଯେ କେତେ କଷ୍ଟ ତାହାହିଁ ସେ କହିପାରିବ । ଅଧା ଖରା ଅଧା ଛାଇ ବଗିଚାର ଫୁଲ ଉପରେ ପଡ଼ିଥାଏ, ବସନ୍ତର ମୃଦୁ ମଳୟ ମନକୁ ଆହ୍ଲାଦିତ କରୁଥାଏ, ଆଉ ଆଖିରେ ଭରି ଦିଏ ଆଖିଏ ସ୍ୱପ୍ନ । ହଠାତ୍ ଫୋନ୍ ଆସିଲା; ଧାଇଁଯାଇ ଫୋନ୍ ରିସିଭ୍ କରିବା ଆଗରୁ କଟି ଯାଇଥିଲା । କାହିଁକି କେଜାଣି ମନକୁ ଦୁଃଖ କରି ନୀରବରେ ବସିପଡ଼ିଲା, କିଛିବି ବୁଝି ହେଲାନି କି ତାକୁ ପଚାରିବାର ସାହାସ ହେଲାନି ମୋର ।

ସେଦିନ ଥାଏ ରବିବାର । ସକାଳୁ ସକାଳୁ ଗାଧେଇ ପାଧୋଇ ନିଜକୁ ସଜେଇ ନେଲା ଆଉ କଲେଜ୍ ବ୍ୟାଗ ଧରି ଘରୁ ବାହାରକୁ ବାହାରିଗଲା ।

- ଆଜି ମୋର ଟିଓସନ୍ ସରିବାକୁ ଡେରିହେବ ଘରେ ପହଞ୍ଚିବାକୁ ଲେଟ୍ ହୋଇପାରେ ବାପା ।

- ହଉ ଯା...

- କିଛି ଟଙ୍କା ଦରକାର ଥିଲା ଟିଉସନ୍ ସାରଙ୍କୁ ଦେବାକୁ ହେବ ।

- ଟେବୁଲ୍ ପାଖରେ ଅଛି ନେଇଯା’ ।

- ଆଜ୍ଞା ବାପା ।

- ଶୀଘ୍ର ଆସିବାକୁ ଚେଷ୍ଟା କରିବୁ ।

- ଆଜ୍ଞା ବାପା ।

ସ୍କୁଟିକୁ ଷ୍ଟାଟ୍ କରି ନିମିଶକରେ ମିଳାଇ ଗଲା ଆଖି ଆଗରୁ ଗାଡ଼ିର ଧୂଆଁ ମିଳାଉ ମିଳାଉ ଶୂନ୍ୟ ବାୟୁମଣ୍ଡଳରେ ।

କିଛି ସମୟ ପରେ କବାଟ ଠକ୍ ଠକ୍ ହେଲା, କେହି ଜଣେ ଚିହ୍ନା ଲୋକ ଘର ଭିତରକୁ ପଶିଆସିଲେ ଆଉ ବାପାଙ୍କ ସହ ଗୋପନରେ କିଛି କଥା ହେଲେ ଆଉ ଚାଲିଗଲେ । ବାପା ତାଙ୍କ କଥାରେ ହସୁନଥିଲେ କି କାନ୍ଦୁନଥିଲେ ହେଲେ ଦେହସାରା