ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଗମ୍ ଗମ୍ ଝାଳ । ଠିଆ ହୋଇଥିବା ଜାଗାରୁ ଗୁଦ୍ କିନା ବସି ପଡ଼ିଲେ ଚେୟାର ଉପରେ ଆଉ ତା’ ପରେ !!!
ପ୍ରାୟତଃ ଓଡ଼ିଶାରେ ସବୁ ଟିଭି ଆଉ ଖବରକାଗଜରେ ଖବର ବାହିରିଗଲା । ଡାକ୍ତରଖାନା ବେଡ୍ ପାଖରେ ପୋଲିସ୍ଠାରୁ ଆରମ୍ଭ କରି ସବୁ ମିଡିଆବାଲା ଭିଡ଼ ଜମେଇ ଥାଆନ୍ତି । ସତେ ଜେମିତି ଗୋଟିଏ ମୁର୍ଦ୍ଦାର ପାଖରେ କୁଆ, ଚିଲ, ଶାଗୁଣା, କୁକୁର, ବିଲୁଆ ସବୁ ଘେରିହୋଇ ରହିଛନ୍ତି । ନର୍ସ ଆସି ବାରମ୍ୱାର କହୁଥାଏ ପେସେଣ୍ଟ୍କୁ ବ୍ଲଡ଼ ଦରକାର୍ ପେସେଣ୍ଟ୍ର ଅବସ୍ତା ବହୁତ ଗୁରୁତର । ମିଡିଆବାଲା, ସାଧାରଣ ଲୋକ, ଥାନାବାଲା, ଓକିଲ ଆଉ ସମ୍ପର୍କୀୟ ବେଶ୍ କିଛିଦିନ ବଳ କଷାକଷି କରି ଚାଲିଗଲା ପରେ ଥମିଗଲା ଝଡ଼ ତୋଫାନ୍ । ତା’ ପରେ ସବୁ ଶାନ୍ତି ଆଉ ନିର୍ମଳ ।
ଟିଭିବାଲା ତ ଦୂରର କଥା ଛୋଟ ମୋଟ ଖବର କାଗଜବାଲା ବି ପଚାରିଲେନି । ଗାଁ କୁଜି ନେତା ଏବେ କହୁଛନ୍ତି ମୁଁ ସବୁକିଛି ସମ୍ୱାଳି ନେବି ! ଦୋଷୀ ନିଶ୍ଚୟ ଦଣ୍ଡ ପାଇବ । ବିଚାରୀ ମନୀଷା !!!