ଧଡ଼ପଡ଼ ହୋଇ ଉଠିପଡ଼ିଲେ ତାପସ । କହିଲେ, “ଆରେ ସେହି କଥା ମୋତେ ଆଗରୁ କହୁନ । ମୁଁ ତ ଭାବୁଛି... ଛାଡ଼ । ବିବାହ ବାର୍ଷିକ ମାନେ ମନ୍ଦିର କାହିଁକି? ଚାଲ ହୋଟେଲ୍ ଯିବା । ୧୦ଜଣ ସାଙ୍ଗକୁ ଡାକିବା । ସେଠି କେକ୍ କାଟିବା ଆଉ ସେଲିବ୍ରେସନ କରିବା । ବହୁତ ମସ୍ତିହେବ ନା । ମୁଁ ଏବେ ସମସ୍ତଙ୍କୁ ଫୋନ୍ କରୁଛି ।”
“ସେସବୁ କିଛି ଦରକାର ନାହିଁ । ଘରେ ବାପାମାଆ ଆଉ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ମିଳିଲେ ଯଥେଷ୍ଟ । ଏମିତିରେ ଏହି ବିବାହ ବାର୍ଷିକ ଭାରତୀୟ ପରମ୍ପରା ନୁହେଁ । ସମାଜ ସହ ଚାଲିବାକୁ ହେଲେ ଏବେ ଏସବୁ କରିବାକୁ ପଡ଼ୁଛି । କିନ୍ତୁ ଦରକାରଠାରୁ ଅଧିକା ନୁହେଁ । ଆମ ଦିନ୍ଦୁ ଧର୍ମରେ ଆମେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପର୍ଯ୍ୟନ୍ତ ଏକ ହୋଇଛୁ । ପୁଣି ବିବାହ ବାର୍ଷିକ କ’ଣ?”
“ତୁମରି ଢୋଲ ତୁମେ ବଜାଇବ । ମୁଁ ତ ନିମିତ୍ତ ମାତ୍ର ! ଫେସବୁକ୍, ହ୍ଵାଟ୍ସ୍ଆପ୍ ଆଦିରେ ପୋଷ୍ଟ କଲେ କିଳା; ସାଙ୍ଗମାନେ ର୍ପାଟି ମାଗିବେ । ମନ୍ଦିର ନଗଲେ ଲିଳା; ମଣିଷ ଟିକେ ଖୁସିହୋଇ ପାରିବନି ।” ଏମିତି ଗୁଣୁଗୁଣେଇ ଗାଧେଇବାକୁ ଚାଲିଗଲା ।
ଜୀବନରେ ଏମିତି ଛୋଟ ବଡ଼ ଘଟଣା ଘଟେ ନା ଭାରତୀୟ ସଂସ୍କୃତିକୁ ଛାଡ଼ି ହୁଏ ନା ପାଶ୍ଚାତ୍ୟ ସଭ୍ୟତାକୁ... ଏସବୁ ଭିତରେ ନା ଛାଡ଼ିହେବ ନିଜର ଖୁସି ! ଆଜି ଏ କଥା ସ୍ୱପ୍ନା ଓ ତାପସ ବୁଝିଛନ୍ତି ଆଉ ଆପଣଙ୍କୁ ବି ବୁଝିବାକୁ ପଡ଼ିବ ।