ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡ଼ି ଛାଡ଼ି ଯାଉଥାଏ । ଠିକ୍ ଏହି ସମୟରେ ଆମ୍ୱତୋଟା ଭିତରେ ଜୀବନକୁ ବାଜି ଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦଉଡ଼ୁଥାଏ । ନା ଥାଏ ବଞ୍ଚିବାର ଆଶା ନା ମରିବାର ଦୁଃଖ ତଥାପି ଦଉଡ଼ୁଥାଏ । ଚିତ୍କାର ଉପରେ ଚିତ୍କାର କରି ଚାଲିଥାଏ; କିନ୍ତୁ ସମସ୍ତେ ନୀରବ । ଏଇ ତ ସମୟର ରୀତି । ଖାଦ୍ୟ ଖାଦକର ବନ୍ଧନ ଆଉ ଦୁର୍ବଳର ଉପରେ ସବଳର ଅତ୍ୟାଚାର । କିନ୍ତୁ ଏତେ ସବୁ ବିଚରା ଛେଳିଟାଏ ବୁଝିବ ବା କେମିତି !
ସ୍ନେହ ଶ୍ରଦ୍ଧା ଭଲପାଇବା ଭିତରେ ପରିବାର ସହ ଆସିଥାଏ ଦୂରରୁ ଦେଖିଥିବା ଛନଛନ ଦୁବଘାସ ଦିଇଟା ଖାଇବାକୁ । ମା’ ସହ କିଆରି ଭିତରେ ପଶିଥିବା ବେଳେ କିନ୍ତୁ ହେଲା କ’ଣ ! ସତେ ଯେମିତି ତା’ ଦେହର ଲୋଭିଲା କଞ୍ଚା ମାଉଁସଗୁଡ଼ାକୁ ଖାଇବାକୁ ବସିଥିଲେ କିଆବୁଦା ମୂଳେ କୁକୁରଗୁଡ଼ାକ । ଆଉ ସୁଯୋଗ ପାଇବା କ୍ଷଣି ଲମ୍ଫ ମାରିଦେଲେ । ସରିଯାଇଥିଲା ଜୀବନ, ସେମାନଙ୍କର ନଖ ଆଉ ଦାନ୍ତ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର ଉପରେ ଚିତ୍କାର କଲା ସିନା, ହେଲେ ଭାଗଶେଷ ଶୂନ ।
ହଠାତ୍ ଦୁଇ ଚାରିଜଣ ମଣିଷଙ୍କର ଶବ୍ଦ ଶୁଣିବାକୁ ପାଇଲା । ବୋଧହୁଏ ମାଲିକ ଆସିଗଲା ! ଟିକେ ଆଶ୍ୱସ୍ତି ଲାଗିଲା, ଗୋଟେ ଦୀର୍ଘଶ୍ୱାସ ନେଇ ରହିବା ବେଳକୁ, କୁକୁର ମଣିଷର ଲଢ଼େଇ । ପରିଣତି ମଣିଷ ଜିତିଲା । କେହିଜଣେ ତାକୁ କୋଳକୁ ନେଲା ଆଉ କ୍ଷତାକ୍ତ ଶରୀରରେ ସ୍ନେହ ଭରା ପରଶ ଦେଲା । ଲାଗିଲା ଜୀବନ ବଞ୍ଚିଗଲା । ଛାତିରେ