Jump to content

ପୃଷ୍ଠା:Biswash.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲରେ ମିଳେନା । ନୂଆ ସାଙ୍ଗ, ଖୁଲମ୍ ଖୁଲା ମସ୍ତି ତାହା ପୁଣି ଟିଚର୍ କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ସ୍ୱାଧୀନତା ପାଇଗଲା । କିଛି ଦିନ ତ ବେଶ୍ ଭଲ ଲାଗିଲା, ପରେ କିନ୍ତୁ ଯେସାକୁ ତେସା ହୋଇଯାଇଥାଏ । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ । ନିଜ ନିଜ ଅନର୍ସରେ ପଢ଼ା ପଢ଼ି, କ୍ଲାସ୍ ଓ ଡିପାଟମେଣ୍ଟକୁ ନେଇ ବ୍ୟସ୍ତ । କିନ୍ତୁ ମୁଁ ମୋ ଡିପାଟମେଣ୍ଟକୁ ନେଇ କମଫଟ ଫିଲ୍ କରୁନଥିଲି; ମୋତେ ଭାରି ବୋରିଂ ଲାଗୁଥିଲା । ଏମିତି ଏମିତିରେ ପ୍ରଥମ ସପ୍ତାହ କଲେଜ୍ ଖୋଲିଲା ପରେ ପାଠ ପଢ଼ାରେ ମନ ଦେଲି ।

ଆମ ଗାଁ ରାସ୍ତା ପାଖର ଗୋଟେ ଚା’ ଦୋକାନ ପାଖରେ ବସିଥାଏ ମୁଁ । ଅପେକ୍ଷା କରିଥାଏ କେହିଜଣେ ସାଙ୍ଗକୁ ଲିପ୍ଟ୍ ନେଇ କଲେଜ ଯିବାକୁ । ଧୀରେ ଧୀରେ ପବନର ବେଗ ବଢ଼ିବାକୁ ଲାଗିଲା ଗଛର ପତ୍ର ସାଙ୍ଗକୁ ଧୂଳି ବି ଉଡ଼ିବାରେ ଲାଗିଲା । ସତେ ଯେମିତି ଆଷାଢ଼ୁଆ ବର୍ଷାଟା ଏଇନା ବରଷି ଯିବ । କହୁ କହୁ ଧିମା ଧିମା ବର୍ଷା ଆରମ୍ଭ ହୋଇଗଲା । ଦେଖେ ତ ସେ ପାଖରୁ ସାଙ୍ଗ ଦିଲ୍ଲିପ ବି ସାଇକେଲକୁ ଦୃତଗତିରେ ମାଡ଼ି ଚାଲୁଥାଏ । ସଙ୍ଗେ ସଙ୍ଗେ ସାଇକେଲକୁ ମୋ ଆଗରେ ରଖି ପଛପଟ ସିଟ୍‌ରେ ବସିପଡ଼ିଲା । ଏମିତିରେ ବି ବର୍ଷାର ମାତ୍ରା ବଢ଼ିବାରେ ଲାଗିଥାଏ । ମୁଁ ସାଇକେଲକୁ ଧରି ସ୍ପିଡ୍‌ରେ ଚଲାଇ ଚଲାଇ କଲେଜ୍ ଭିତରେ ପ୍ରବେଶ କଲି କିନ୍ତୁ କଣ୍ଟ୍ରୋଲ କରି ନପାରିବାରୁ ସାଇକେଲ୍ ଷ୍ଟାଣ୍ଡରେ ଧକ୍କା ଦେଲି । ଏପାଖେ ବର୍ଷାର ମାତ୍ରା ସାଙ୍ଗକୁ କ୍ଲାସ୍ ଲେଟ୍ ହେଉଥିବାରୁ ଦିଲ୍ଲିପ୍ ଆଉ ମୁଁ ଦୌଡ଼ି ଦୌଡ଼ି କ୍ଲାସରେ ପଶିଗଲୁ ।

କ୍ଲାସ ଆରମ୍ଭ ହୋଇଗଲା, ଦେଖିଲି ମୋ ପାଖ ସିଟ୍‌ରେ ଝିଅଟିଏ ବସି ମୋତେ ବାରମ୍ବାର ଚାହୁଁଛି କିନ୍ତୁ କିଛି କହୁନି । ହେଲେ ତା’ ପାଖରେ ବସିଥିବା ଝିଅକୁ କିଛି ଗୋଟେ କହୁଛି । ମୁଁ ଦେଖୁଥିଏ କିଛି କହୁନଥାଏ । ଏମିତି କିଛି ସମୟ ପରେ ଦିଲ୍ଲିପକୁ ଡାକି ଏ କଥା କହିଲି ଆଉ ଦିଲ୍ଲିପ କହିଲା, “ତୁ ବଝି ପାରୁନୁ କ’ଣ ବେ ! ସେ ଝିଅ ତୋତେ ଭଲ ପାଉଛି । ସେଥିପାଇଁ ତୋତେ ବାରମ୍ବାର ଚାହୁଁଛି ।” ମନ ବୁଝିଲା ନାହିଁ ଚକରାକୁ ପଚାରିଲି