Jump to content

ପୃଷ୍ଠା:Biswash.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବାଇକ ପଛରେ ବସିଗଲା । ଖାଲି ଅଭିମାନ ଭରା କଣ୍ଠରେ କହୁଥାଏ, “କେତେ ଲେଟ୍ କରିଦେଲ ଜାଣିଛନା !? ମୁଁ ତ ପୂରା ଡରିଯାଇଥିଲି ।” ଆକାଶ କିଛି ନକହି ଗାଡ଼ିଟା ଆଗକୁ ବଢ଼ାଇଲା ।

ଲକ୍‌ଡାଉନ୍‌ର ସମୟ; ରାସ୍ତାଘାଟ ଶୁନ୍ ଶାନ୍ ଆଉ ଏହାରି ଭିତରେ ଆକାଶର ବାଇକ୍ ପଛରେ ବସିଥାଏ ଲିପ୍ସା । ଏହି ଲକ୍‌ଡାଉନ୍‌ରେ ଭୁବନେଶ୍ୱରରୁ କଟକ ଯିବାର ଅନୁଭୁତି ବେଶ୍ ନିଆରା । ନା ଏଠି କେହି ଅଛି ରୋକିବାକୁ ନା କେହି ଅଛି କହିବାକୁ । ସତେ ଯେମିତି ପ୍ରକୃତିର ନୀରବତା ଭିତରେ ସେ ଦୁହେଁ ରାଜା ଆଉ ରାଣୀ ! ବିସ୍ତୃତ କାଠଯୋଡ଼ିର ଶୁଖିଲା ବାଲିପଠା, ଅଗାଧ ଜଳରାଶି ଆଉ ଆକାଶଙ୍କ ସହ ଲମ୍ୱା ରାସ୍ତା ଅତିକ୍ରାନ୍ତ କରିବା କୌଣସି ଏକ ଚମତ୍କାର ରୋମାଞ୍ଚରୁ କମ ନଥାଏ । କାହିଁକିନା ଏସବୁ ଜୀବନରେ ପ୍ରଥମଥର ପାଇଁ ଘଟୁଥିଲା । ନହେଲେ ଭିଡ଼ଭାଡ଼ ଜୀବନ ଭିତରେ ନିଜ ପାଇଁ ସମୟ କାହିଁ? ରାସ୍ତାର ଷ୍ଟ୍ରିଟ୍ ଲାଇଟ୍‌ର ଆଲୁଅ ସାଙ୍ଗକୁ ହାଲ୍କା ହାଲ୍କା ଶିତଳ ପବନ ସତେ ଯେମିତି ବୈଶାଖରେ ମଳୟର ସ୍ପର୍ଶ । ଏହି ଶୀତଳ ପବନରେ ଦେହ ଶୀତେଇ ଉଠୁଥାଏ । ଠିକ୍ ଏତିକି ବେଳେ ଆକାଶକୁ ଭିଡ଼ିକି ଧରିଲା ଲିପ୍ସା । ଆଉ ଆକାଶ ବି ଲିପ୍ସାର ହାତକୁ ଭିଡ଼ିକରି ବାଇକ୍‌କୁ ଧୀରେ ଧୀରେ ଚଲାଉଥାଏ ନୀରବରେ । ରାସ୍ତାର ଗଡ଼ାଣି ଉଠାଣି ଭିତରେ ଲାଗୁଥିଲା ସ୍ୱପ୍ନ ଗୁଡ଼ାକ ଧୀରେ ଧୀରେ ସତ ହେବାରେ ଲାଗିଛି ।

ଆଗରେ ଟ୍ରାଫିକ୍ ପୋଲିସ୍‌ର ଭ୍ୟାନ୍ ଦେଖି ଡରିଯାଇଥିଲେ ଦୁହେଁ । ଆକାଶ ମୁଣ୍ଡରେ ହେଲମେଟ ଆଉ ଲିପ୍ସା ମୁହଁରେ ଓଢ଼ଣୀଟାକୁ ଢାଙ୍କି ଦେଇ ଗାଡ଼ିଟାକୁ ଧୀରେ କରି ଆଗକୁ ବଢ଼ାଉଥିଲେ । ଠିକ୍ ଏତିକି ବେଳେ ଟ୍ରାଫିକ୍ ଫୋଲିସ୍ ବାଟ ଓଗାଳିଲା । ଆଉ ତା’ପରେ ମେଞ୍ଚାଏ ପ୍ରଶ୍ନର ପାହାଡ଼ । ବହୁତ ଅନୁରୋଧ କଲା ପରେ ଲିପ୍ସାର ମେଡ଼ିକାଲ୍ ରିପୋର୍ଟ ଦେଖାଇ ଛାଡ଼ ମିଳିଲା । “ଏବେ ଖାଲି ଗୋଟିଏ କାମ, ପ୍ରଥମେ ତୁମକୁ ତୁମ ଘରେ ଛାଡ଼ିବି ଓ ତା’ପରେ ମୁଁ ମୋ ରୁମ୍‌କୁ ଯିବି”, କହିଲା ଆକାଶ । ଲିପ୍ସା କହିଲା, “କଟକରୁ ଭଦ୍ରକ ଏ ରାତିରେ କ’ଣ ଯିବା ଠିକ୍ ହେବ? ଏମିତିରେ ବି ମୋ ଦେହଟା ଠିକ୍ ନାହିଁ । ଏବେ ଏବେ ଗୋଟିଏ ପ୍ରବ୍ଲେମ୍‌ରୁ ସିନା ମୁକ୍ତି ମିଳିଲା, ଯଦି ଆଗକୁ ଆଉ କିଛି...” ଲିପ୍ସା ମୁହଁରେ ହାତ ରଖିଲା ଆକାଶ । କହିଲା, “କେବେ ବି ସେମିତି କହିବ ନାହିଁ । ଆଉ ଯଦି ହୁଏ, ତା’ ହେଲେ ଠିକ୍ ଅଛି ତୁମରି କଥା ହେଲା । ଭାବିଥିଲି ଦିନେ ତୁମକୁ ରୋଷଣି କରି ବେଦୀ ଉପରେ ବସି ହାତଗଣ୍ଠି ପକେଇ ତୁମ ଘରୁ ଆମ ଘରକୁ