Jump to content

ପୃଷ୍ଠା:Biswash.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆଣିବି । ହେଲେ ଆଜି ମୁଁ ମୋ ବାଇକ୍ ପଛରେ ମୋ ଭଡ଼ାଘରକୁ ତୁମକୁ ନେଇଯାଉଛି ।” ହସିଲା ଲିପ୍ସା । କହିଲା, “ଆରେ ଦେଖିବ ତୁମ ସ୍ୱପ୍ନ ଦିନେ ସତ ହେବ । ପ୍ରଥମେ ତୁମେ ତୁମ ବାପାମାଆଙ୍କୁ ତ କୁହ... ଡରୁଆ କେଉଁଠିକାର ।” ଆକାଶ ଟିକେ ହସିଦେଇ ଆଗକୁ ବଢ଼ିଲା ।

କ୍ଳାନ୍ତ ଭରା ରୋଗୀଣା ଦେହରେ ରୁମ୍ ଭିତରେ ପହଞ୍ଚିବା ବେଳକୁ ନିଜକୁ କଣ୍ଟୋଲ୍ କରିପାରିଲା ନାହିଁ ଲିପ୍ସା ଆଉ ତଳେ ପଡ଼ିଗଲା । ବ୍ୟସ୍ତ ବିବ୍ରତ ହୋଇ ଆକାଶ ଉଠାଇ ନେଲା ଲିପ୍ସାକୁ ଦୁଇ ବାହୁରେ । ଲିପ୍ସା କିଛି କହି ପାରୁନଥାଏ, ଖାଲି ଚାହିଁରହିଥାଏ ଆକାଶକୁ ଢଳ ଢଳ ନିରିହ ଆଖିରେ । ଆକାଶ ନେଇ ଶୁଆଇ ଦେଲା ବେଡ୍ ଉପରେ । ଲିପ୍ସା କିଛି କହିବାକୁ ଚାହୁଁଥିଲା କିନ୍ତୁ ଆକାଶ ମଥାକୁ ଆଉଁସି ଦେଇ କମ୍ବଳଟା ଘୋଡ଼ାଇ ଦେଇ ଭାବିବାକୁ ଲାଗିଲା । ଏବେ ଲକ୍‌ଡାଉନ୍‌ର ସମୟ ପୁଣି କରୋନାର ଭୟ ଆଉ ଏହାରି ଭିତରେ ଲିପ୍ସାର ଏ ଅବସ୍ଥା । ରିସ୍କ୍ ନେବାଟା ଠିକ୍ ହେବନି । ଠିକ୍ ଏଇ ସମୟରେ ମନେପଡ଼ିଗଲା ଲିପ୍ସା ବ୍ୟାଗ୍‌‌ରେ ଥିବା ମେଡ଼ିସିନ୍ ଆଉ ପ୍ରେସକ୍ରିପସନ୍ କଥା । ମେଡ଼ିସିନ୍‌କୁ ବ୍ୟାଗରେ ଦେଖି ବହୁତ ଖୁସି ହେଲା । ଫୋନ୍‌ରେ ଡକ୍ଟରଙ୍କ ପରାମର୍ଶ ନେବା, ଲିପ୍ସାକୁ ଖୁଆଇବା, ମଥା କୁଣ୍ଡେଇ ଦେବା, ଠିକ୍ ସମୟରେ ମେଡ଼ିସିନ୍ ଖୁଆଇବା ଭିତରେ ଅନେକ ଦିନ ବିତିଯାଇଥାଏ ।

ଏବେ ଲିପ୍ସା ଠିକ୍ ଅଛି । ଆକାଶର ବାପାଙ୍କ ପରି ଆକଟ କରିବା, ମାଆଙ୍କ ଭଳି ସେବା କରିବା ଆଉ ଭଲ ସାଙ୍ଗ ପରି ମସ୍ତି କରିବା ଭଳି ପ୍ରେମୀ କାହାକୁ ବା ମିଳିବ !! ଖୁସିରେ ତା’ ଆଖିରୁ ଲୁହ ବାହାରି ଆସିଲା ।

* * *