“ରାତିର ଅନ୍ଧାରରେ ସମସ୍ତେ ଶୋଇଗଲା ପରେ ଚୁପି ଚୁପି ଘଣ୍ଟା ଘଣ୍ଟା କଥା ହେବା ନା କଲେଜ କ୍ଲାସ୍ ରୁମ୍ରେ ମନଖୋଲି ଆଳାପ କରିବା । ହାତରେ ହାତ ଛନ୍ଦି ବିସ୍ତୁତ ବେଳାଭୂମିରେ ବୁଲିବା ଆଉ ଥକି ଗଲାପରେ କ୍ୟାଣ୍ଡେଲ୍ ନାଇଟ୍ ଡିନର୍ କରି ଘରକୁ ଫେରିବା... ଏଇ କ’ଣ ପ୍ରେମ? ଯାହାକୁ ପାଇବାକୁ ଆଜିର ଯୁବପିଢ଼ୀ ଏତେ ବ୍ୟଗ୍ର ! ବାପାଙ୍କ ଦିଆ ପକେଟ୍ ମନିକୁ ମୋବାଇଲରେ ପକାଇବା, ମାଆ ଲୁଚେଇ ଦେଇଥିବା ପଇସାରେ ପ୍ରେମିକାକୁ ଗିଫ୍ଟ ଦେବା, ଆଉ ଘରୁ ଲିପ୍ଟ୍ ମାଗି ମେସ୍କୁ ଯାଇ ଗାଡ଼ିଭଡ଼ା ପଇସାକୁ ହାତ ଖର୍ଚ୍ଚ କରିବା... ଭାରି ବିକଳିଆ ଜୀବନ ଥିଲା ଆମର ! ଏମିତିରେ ଆରମ୍ଭ ଥିଲା ମୋର କଲେଜ ଜୀବନ”, ଏତିକି କହି ବସିଥିବା ଜାଗାରୁ ଉଠିପଡ଼ିଲା ମାନସ ।
“ଛାଡ଼ ତୋ’ର ଏ ବେକାର କଥା । ପ୍ରେମ କରିବା କ’ଣ? ମୋତେ ସେସବୁ ଆସେନି । ମୁଁ ଆଦିବାସୀ ହୋଇପାରେ, ହେଲେ ମୋର ପ୍ରେମ ତୋ’ର ପ୍ରେମ ଭଳି ମ୍ୟନେଜମ୍ୟାଣ୍ଟ ନୁହେଁ । ମୋର ଘର ଜଙ୍ଗଲରେ ହୋଇପାରେ, ହେଲେ ମୁଁ ମଣିଷ । ବାପାଙ୍କୁ ଚାକିରୀଟା ମିଳିଲା ବୋଲି ସିନା ମୁଁ ଏଠି, ନୋହିଲେ ମୁଁ ବି ତା’ ସହ ଖେଳିଥାନ୍ତି । ଆଜି ବି ତା’ ସହ ବୁଲିଥାନ୍ତି । ତା’ର ମାମୁଁଙ୍କ ଘର ଆମ ଘର ପାଖରେ । ବିଚରା ମା’ ଛେଉଣ୍ଡ ପିଲାଟା ସେ, ବାପା ତା’ର ହାଣ୍ଡିଆ ପିଇ କୁଆଡ଼େ ଗଲା କିଛି ପତା ନାହିଁ । ହେଲେବି ସେ ମୋତେ ଛାଡ଼ି କୁଆଡ଼େ ଯାଏନି । ସବୁବେଳେ ରାମୁ ଭାଇ ରାମୁ ଭାଇ କହି ମୋ ପଛରେ ଦଉଡ଼ୁଥାଏ । ତା’ର ସେହି ନିରୀହ ଆଖିରେ ଯେବେ ଚାହିଁ ଦିଏ ନା, ମୁଁ ଆଉ ନିଜକୁ ସମ୍ଭାଳି ପାରେନି । ମୁଁ ଜାଣିଛି ସେ ବି ମୋତେ ବହୁତ ଭଲପାଉଛି । ହେଲେ କେବେ କିଛି କହିନି । ଖାଲି ଏତିକି କହେ ମୁଁ ତୋ’ ବିନା ବଞ୍ଚି ପାରିବିନି ! ଆଜି କାଇଁ ତା’ କଥା ବେଶି ମନେପଡ଼ୁଛିରେ !! ଚାଲ୍ ମାନସ କାଲି ଆମେ ଗାଁ’କୁ ଯିବା । ସେ ମୋ ଉପରେ ନିଶ୍ଚେ ରାଗିଥିବ । ତୁ ତାକୁ ଟିକେ ବୁଝେଇ ଦେବୁ ଯେ, ମୋ ସୁମି ମୋ ପାଖକୁ ଆସିଯିବ । ପ୍ଲିଜ୍...”
ବାପାଙ୍କ ଅନୁମତି ନେଇ ମାନସ ଆଉ ମୁଁ ଟ୍ରେନ୍ ଯୋଗେ ବାରିପଦା