ବାହାରିଲୁ । ବାରିପଦା ଷ୍ଟେସନରୁ ୨୫ କିଲୋମିଟର ଦୂର ଟାଲିସାହି; ସେଇଠି ମୋ’ର ଗାଁ । ରାସ୍ତାର କଡ଼େ କଡ଼େ ଜଙ୍ଗଲ ମଝିରେ ମଝିରେ ଗୋଟିଏ ଗୋଟିଏ ଝୁମ୍ପୁଡ଼ି ପହ୍ଲା । ଅତୀତର ସେଇ ପୁରୁଣା ସ୍ମୃତିକୁ ମନେପକାଉ ଥାଏ । କେତେବେଳେ କେଉଁ ବନ୍ୟ ଜନ୍ତୁ ଦେଖାଦେଲେ ମାନସ ଚିଲେଇ ଉଠୁଥାଏ । ନନ୍ଦନକାନନର ପଶୁ ପକ୍ଷୀଙ୍କ ଛଡ଼ା ଜଙ୍ଗଲରେ ମୁକ୍ତ ବିଚରଣ କରୁଥିବା ପଶୁପକ୍ଷୀଙ୍କୁ କେବେବି ଦେଖିନି ତ, ସେଥିପାଇଁ । ଯାହା ବି ହେଉ, ରାସ୍ତାସାରା ମସ୍ତି କରୁକରୁ କେତେବେଳେ ଗାଁ ଆସିଗଲା ଜଣାପଡ଼ିଲା ନାହିଁ ।
ଏଇଠୁ ଆରମ୍ଭ କଠିନ ରାସ୍ତା । କାହିଁକି ନା ଛକରୁ ଅଧ କିଲୋମିଟର ଦୂର ପାହାଡ଼ି ରାସ୍ତା ଆଉ ତା’ପରେ ଆମ ଘର । ଏମିତି ଭାବୁ ଭାବୁ ମୋ କାକା ବାଇକ୍ ଧରିଛିଡ଼ା ହୋଇଥାନ୍ତି । ଯାହାହେଉ ଶୀଘ୍ର ଆମେ ଘରେ ପହଞ୍ଚିଗଲୁ । ସାହିସାରା ଚହଳ ପଡ଼ିଗଲା ରାମୁ ଆସିଛି ବୋଲି । ବଡ଼ବାପା ଆମକୁ ଦେଖିକି କୁକୁଡ଼ା କାଟିଲେ, ସାନ ସାନ ଭାଇମାନେ ଆସି ମସ୍ତି କରୁଥାନ୍ତି । ହେଲେ ମୋ ସୁମିର ଦେଖା ନଥିଲା । ମନ ଯେ କେତେ ବ୍ୟାକୁଳ ତା’ ପାଇଁ ମୋ ବ୍ୟତୀତ ଖାଲି ମାନସକୁ ହିଁ ଜଣାଥିଲା । ମୋତେ ଦେଖିବାକୁ ଚାରିପାଖର ସମସ୍ତେ ଭର୍ତ୍ତି ଥାଆନ୍ତି କିନ୍ତୁ ସୁମିର ଦର୍ଶନ ନଥାଏ । ମୋତେ ବାହାରକୁ ଯିବାପାଇଁ କେହି ବି ଦେଉନାହାଁନ୍ତି । ଯାହାକୁ ଦେଖିବ ଗୋଟିଏ ପ୍ରଶ୍ନ, “କ’ଣ କରୁଛୁ? ବାପା କ’ଣ କରୁଥିଲେ? କେତେ ଦିନ ରହିବୁ??” ମୁଣ୍ଡ ଖାଲି ଗରମ ହେଉଥାଏ ।
ସେଦିନ ସକାଳୁ ଦାଣ୍ଡ ପିଣ୍ଡାରେ ବସି ଦାନ୍ତ ଘସୁଥାଏ, ହାତରେ ବାଲ୍ଟି ଧରି ଯାଉଥାଏ ସୁମି । ଡାକ ଛାଡ଼ିଲି, ହେଲେ ସେ ଶୁଣିଲା ନାହିଁ । ଭାବିଲି ଜାଣିପାରିଲା ନାହିଁ ବୋଧହୁଏ !! ଆଉଥରେ ଡାକ ଛାଡ଼ିଲି କିନ୍ତୁ ବ୍ୟତିକ୍ରମ ନଥିଲା । ଥରୁଟିଏ ବି ପଛକୁ ଚାହିଁ ଦେଖିଲା ନାହିଁ । ବୋଧହୁଏ ରାଗିଥିଲା ! ନିଜକୁ ଆଉ ରୋକି ପାରିଲିନି, ପଛରେ ପଛରେ ଚାଲିଲି । ଯେବେ ପଛରୁ ହାତଟାକୁ ଟାଣିଦେଲି ରାଗରେ ଚଟକଣାଟେ ମାରିଲା । ମୋତେ ଦେଖିକରି ଆଖି ତା’ର ଲୁହରେ ଭରିଗଲା କିନ୍ତୁ କିଛି ବି କହିଲାନି । ଖାଲି ଏତିକି କହିଲା, “ତୁମେ ଏଠୁ ଚାଲିଯାଅ ।”
ମନ ଭାଙ୍ଗିଗଲା, କିନ୍ତୁ ଏମିତି କାହିଁକି?? ମୋର ଏମିତି କରିବାରେ ନଥିଲା । ସେ ଅଭିମାନରେ ଏମିତି କହୁଛି । ମୁଁ ଆଜି ତା’ ମାମୁଁଙ୍କ ପାଖକୁ ଯିବି ଆଉ ସବୁ ସତକଥା କହିବଦେବି । ମୁଁ ସୁମିକୁ ବହୁତ ଭଲପାଏ ତା’ ବିନା ବଞ୍ଚିପାରିବିନି । ଏମିତି ମନରେ ଭାବି ସନ୍ଧ୍ୟା ସମୟରେ ଯାଇ ପହଞ୍ଚିଲି । ଦୈବାତ୍ କରେଣ୍ଟ ଚାଲିଗଲା । ମୁଁ ସୁମି... ସୁମି