Jump to content

ପୃଷ୍ଠା:Biswash.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଡାକଛାଡ଼ିଲି; କେହି ବି ଶୁଣିଲେ ନାହିଁ । କିନ୍ତୁ କେହିଜଣେ କହିଲେ ସୋଫିଆ ଜିସେସ୍‌ଙ୍କ ପାଖରୁ କ୍ୟଣ୍ଡେଲ୍ ନେଇକି ଆସିଲୁ ! ସୁମି କ୍ୟଣ୍ଡେଲ୍ ନେଇକରି ଆସୁଥାଏ । ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କ୍ୟାଣ୍ଡେଲର୍ ଆଲୁଅରେ ସୁମି ଖୁବ୍ ସୁନ୍ଦର ଲାଗୁଥିଲା । ମୁଁ କ୍ୟାଣ୍ଡେଲଟାକୁ ଲିଭାଇ ଦେଇ ସୁମିର ପାଟିରେ ହାତ ଦେଇ ଦାଣ୍ଡ ପଟକୁ ଟାଣିନେଲି । ସୁମି ଗୋଟାପୁଣି ଥରୁଥାଏ । ପାଟିରୁ ଭାଷା ବାହାରୁ ନଥାଏ । ତାକୁ ନିଶ୍ଚିତ କରାଇଲି, ମୁଁ ରାମୁ ବୋଲି । ଟିକେ ଥୟ ଧରିଲା ଆଉ ପଚାରିଲା

- କାମ କ’ଣ?

- ମୁଁ ତୋତେ ଭଲପାଏ । ତୋତେ ବହା ହେବାକୁ ଚାହୁଁଛି ।

- ଏହା କେବେ ସମ୍ଭବ ନୁହେଁ ।

- ହେଲେ କାହିଁକି ସୁମି?

- ମୁଁ ସୁମି ନୁହେଁ, ମୁଁ ସୋଫିଆ । ଏହା କେବେ ସମ୍ଭବ ନୁହେଁ । ତୁ ଗଲା ପରେ ପରେ ତୋ’ ସୁମି ମରିସାରିଛି । ମୁଁ ସୋଫିଆ । ଖାଲି ସୋଫିଆ । ମୋ’ଠି ତୋ’ର କିଛି ଅଧିକାର ନାହିଁ । ତୁ ଚାଲିଯା; ଏଠୁ ଚାଲିଯା ।

- ମୁଁ ଜାଣିଛି ତୁ ମୋ ଉପରେ ରାଗିଛୁ । ପ୍ଲିଜ୍ କ’ଣ ହୋଇଛି କହ । ପ୍ଳିଜ୍ ସୁମି, ଘଟଣା କ’ଣ କହ ।

- ତୁ ଶୁଣିବାକୁ ଚାହୁଁଛୁ? ତେବେ ଶୁଣ । ତୋ’ କଥା ଭାବି ଭାବି ମୋତେ ଜ୍ୱର ହୋଇଗଲା ଆଉ ଛାଡ଼ିଲା ନାହିଁ । ଯେତେ ଚେର ମୂଳି, ଝଡ଼ା ଫୁଙ୍କା କଲେ କିଛିବି ଲାଭ ହେଲାନି । ଶେଷରେ ମିଶନାରୀବାଲା କହିଲେ, ତୁମେ ଭଗବାନଙ୍କୁ ଏତେ ଡାକିଲ ଔଷଧ ଦେଲ ଭଲ ହେଲାନି । ଥରୁଟିଏ ଯୀଶୁଙ୍କ ପ୍ରସାଦ ଖାଇ ଦେଖ, ଭଲ ହେଉଛି କିନା । ଆଉ ମୁଁ ଭଲ ହେଲି ତା’ ପରେ ପରେ ମୋର ଆଉ ଆମ ଘରେ ସବୁ ପରିବର୍ତ୍ତନ ହୋଇଗଲା । ନାଁ, ଧର୍ମ, ଆଉ ବ୍ୟବହାର । ତୁ ଏବେ କହ ମୋତେ କ’ଣ ବିବାହ କରିପାରିବୁ? ମୋତେ ତୋ’ ଘରକୁ ନେଇ ପାରିବୁ?? ଗୋଟେ ହିନ୍ଦୁ ହୋଇ କ’ଣ ଗୋଟେ ଖ୍ରୀଷ୍ଟିଆନ୍‌କୁ ସାଥିରେ ରଖିପାରିବୁ?? କହ ରାମୁ କହ !!!

- ପିଲାଟି ବେଳେ ତୋ’ ସହ ଖେଳିଲା ବେଳେ ତ ତୁ କାଇଁ ବଦଳି ନଥିଲୁ !?