ଦେଖିଲେ ଲାଗେ । ଯାହାବି ହେଉ ଆଜି ବହି ଭିତରେ ନିମ ପତ୍ର, ବାଛୁରୀକୁ ଦୁବ ଘାସ, ପିମ୍ପୁଡ଼ିକୁ ଗୁଡ଼ ଦେଇ ବି ଆସିଛି ଆଉ ନିଶ୍ଚିତ ଯେ ସାର୍ ଆଜି ମୋତେ ମାରିବେନି ।
କ୍ଲାସ୍ ଆରମ୍ଭ ହୋଇଗଲା... କାହିଁକି କେଜାଣି ସାର୍ ପ୍ରଥମରୁ ଆସି ମୋତେ କଳାପଟାରେ ଗଣିତ କରିବାକୁ କହିଲେ, ମୁଁ ଗୋଟାପଣେ ଥରୁଥାଏ । ମାଡ଼କୁ ମହାଦେବଙ୍କ ଡର ମୁଁ ତ ଛାର ପିଲାଟା । ଆଗ ଧାଡ଼ିର ବସିଥିବା କ୍ରିଷ୍ଣା, ଲିପୁ ଆଉ ଅମରର ସହାୟତା ନେଇ ଗଣିତ କରିଦେଲି । ଏଥିପାଇଁ କେତେ ମାଆ ମଙ୍ଗଳା, ମାଆ ବ୍ରହ୍ମାଣୀଙ୍କୁ ଡାକିଛି, କେତେ ନଡ଼ିଆ ମାନସିକ କରିଛି ମୋ ବ୍ୟତୀତ କାହାରିକୁ ଜଣାନାହିଁ ।
ଗଣିତ କ୍ଲାସ୍ ସରିଗଲା ଆଉ ବିଜ୍ଞାନ କ୍ଲାସ୍କୁ ଡର ନଥାଏ । ସାର୍ ଯେଉଁ ପାଠସବୁ ପଚାରିବେ ବହି ଦେଖି କହିଦେବି । ବାପୁନି, ମୁନା, ପତି ଆଉ ମୁଁ ଗୋଟିଏ ଧାଡ଼ିରେ ବସୁ ପଛପାଖରେ । ଯେଉଁ ସବୁ ବଦମାସି କରୁ ତାକୁ ନ କହିବା ଭଲ ।
ଚାହୁଁ ଚାହୁଁ ବିଜ୍ଞାନ ବହିଧରି ସ୍ୱାଇଁ ସାର୍ କ୍ଲାସ୍ ଭିତରକୁ ଆସିଲେ । ଗତକାଲିର ହୋମ୍ଓ୍ୱାର୍କ ଖାତାକୁ ଧରି ଆଣିବାକୁ କହିଲେ । ମୁଁ ପାଠ କରିନଥାଏ । ଛାନିଆରେ ଗୋଡ଼ ଦୁଇଟା ଥରୁଥାଏ... ମୋ ଛାତିର ହୃତ୍ ସ୍ପନ୍ଦନ ବି ମୋ କାନକୁ ଶୁଭୁଥାଏ । ଧାଡ଼ିରେ ଛିଡ଼ା ହୋଇଥାଏ ମୁଁ ମୋର ରଫ୍ ଖାତାକୁ ଧରି । ଯେଉଁ ରଫ୍ ଖାତାର ଆଗ ପଛ କିଛି ନଥାଏ (ଖାତାର ଦୁଇପାଖ ରୁ ଲେଖାଯାଇଛି) । ସମସ୍ତଙ୍କ ଖାତାରେ ସାଇନ୍ ମାରି ବସିବାକୁ ଦେଉଥାନ୍ତି । ମୋର ଏହି ଖାତା ଦେଖି ଅତ୍ୟଧିକ ମାତ୍ରାରେ ରାଗିଗଲେ ଆଉ ବେତ ଆଣି ଦୁଇ ଚାରି ପ୍ରହାର କସି ଦେଲେ । ମୁଁ ଉ...ହୁ...ଆହା... ହେଉଥାଏ । କାହିଁକି କେହିଜଣି ସାର୍ ଅଧା କ୍ଲାସ୍ରୁ ବାହାରକୁ ଚାଲିଗଲେ । କିଛି ବୁଝି ହେଲାନି ।
ସେହି ଦିନଠାରୁ ଅଭଣା ସ୍କୁଲରେ ବାକିତକ ଦିନ ସ୍ୱାଇଁ ସାର୍ ତ ଦୂରର କଥା ତାଙ୍କ ଛାଇକୁ ବି ଦେଖିଲେ ଡର ଲାଗେ । ଯଦି ପଡ଼ିଆରେ ଖେଳିବା ସମୟରେ ସାର୍ ସେଇ ରାସ୍ତା ଦେଇ ଚାଲିଯାଆନ୍ତି ନା ଆମେ ସମସ୍ତେ ଦୈଡ଼ିଯାଇ ଲୁଚିପଡ଼ୁ । ମଜାରେ ଯଦି କେହି ସାର୍ ଆସିଗଲେ ବୋଲି ବି କହିଦେଲେ ନା କଥା ସରିଲା । ସେଦିନ ପାଚେରୀ ଉପରେ ଖେଳ ଦେଖୁଥାଏ ସାର୍ଙ୍କୁ ଦେଖି ଅତର୍କିତ ଭାବେ ଗଡ଼ି ପଡ଼ିଥିଲି । ମନେପଡ଼ିଲେ ହସ ଲାଗେ ।
ସେଦିନର ମାଡ଼ ପରେ ମନେମନେ ସାରଙ୍କୁ ବହୁତ ଗାଳି ଦେଇଥିଲି । କିଛିଦିନ