Jump to content

ପୃଷ୍ଠା:Biswash.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପରେ ସାର୍‌ଙ୍କ ଦେହ ଖରାପ ହୋଇଗଲା । ମୋତେ ଲାଗେ କି ମୋ ଯୋଗୁଁ ସାରଙ୍କ ଦେହ ଖରାପ ହୋଇଗଲା । କିନ୍ତୁ ପରୀକ୍ଷାରେ ଭଲ ମାର୍କରେ ପାସ୍ କଲି ଆଉ କଲେଜ ଗଲି ।

ଆଜିକାଲି ଆଉ ଦୁବ ଘାସ, ଗୁଡ଼, ନିମ ପତ୍ର କି ସକାଳୁ ସକାଳୁ ରାଶିଫଳ ଦରକାର ପଡ଼ୁନି । ଖାଲି ଅବଶୋଷ ଏତିକି, ମୋ ପାଖରେ ସ୍ୱାଇଁ ସାର୍ ରହନ୍ତେ ନା ଜୀବନର ଯେକୋଣସି ବି ପରୀକ୍ଷାରେ ସହଜରେ ସଫଳତା ପାଇପାରନ୍ତି ।

* * *