ପୃଷ୍ଠା:Chata Ichhabati.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୧୩)

କହତ ସ୍ୱରୂପ ଚାଟ ଗୁପ‌ତ ନକର ।
ନ କହୁଣ ବୋଲିଣ ତୋତେ ସପତ ମୋହର । ୨୦ ।
ଇଚ୍ଛାର ବଚନେ ଚାଟ ମଉନ ହୋଇଲା ।
ମନକୁ ସଂକୋଚ କରି ଉତ୍ତର ନ ଦେଲା । ୨୧ ।
ମନେ ମନେ ଭାଳୁଅଛି କି କହିବି ବୋଲି ।
ନ-ଜାଣିଣ ଅନମିତେ ସତ୍ୟ କରାଇଲି । ୨୨ ।
ଯୁଗତେ ଅଟଇ ସେ ଯେ ନୃପତି କୁମାରୀ,
ଲୋକିତ ବେଭାରେ ମୁଁହି ଅଟଇ ଭିଖାରୀ । ୨୩ ।
କହିଲେହେଂ ପୁଣ ମୋତେ କରୁଥାଇ ରାଗ ।
କି ବୋଲି କହିବି ମୁହି° ଇଚ୍ଛାବତୀ ଆଗ । ୨୪ ।
ନୃପତି ଶୁଣିଲେ ନିକି ଜିଆଇବେ ମୋତେ ।
କୁମାରୀ ଆଗରେ ମୁହିଂ କହିବି କେମନ୍ତେ । ୨୫ ।
ସରୂପ କହିଲେ ମୋତେ ଯାହା ଇଚ୍ଛା କରୁ ।
ଇଚ୍ଛାବତୀ ହେତୁରେ ମୋ ସମ୍ପଦଈ ସରୁ । ୨୬ ।
ୟେସନ ବିଚାରି ଚାଟ ବୋଲଇ ବଚନ ।
ଯାହା ପଚାରିଲୁ ଇଚ୍ଛା ସାବଧାନେ୧୦ ଶୁଣ । ୨୭ ।
ଯେଉ° ଦିନୁ ସଂଗେ ତୋର ପଡ଼ୁଥାଇ ବସି ।
ଅହନିଶି ଗୁଣୁଥାଇ ମନେ ଶୁଭ୍ରକେଶି । ୨୮ ।
ତୁ ମୋର ଭାବିନୀ ୧୧ ହେବୁ ମୁହିଁ ତୋର ନାହା
ନିରନ୍ତରେ ହୃଦେ, ମୋର ଭାବୁଥାଇଂ ୟେହା । ୨୯ ।


୭ । 'କି କହିବ' ହେବା ସଙ୍ଗତ । ୮ । ଅନିମିତ୍ତେ (ବିନା ଉଦ୍ଦେଶ୍ୟରେ) ଶୁଦ୍ଧ ପାO | ୯ । ଲୋକିତ = ଲୌକିକ । ୧୦। ସାବଦ୍ଧାନେ (ପୋଥିପାO) ୧୧ | ଭାବାନୀ (ପୋଥିପାଠ)