ପୃଷ୍ଠା:Chata Ichhabati.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୧୬)

ସେହି ଦିନୁ ବେନି ଜନେ ୟେକଚିତ ମନ ।
ଯାହା ସେଟି ପ୍ରଜାପତି କରିଛି ଲେଖନ ।୪୯।
ୟେକମୁଖ ହୋଇ ଦୁହେଂ ବିଦ୍ୟା ପଢୁଥାନ୍ତି ।
ଚନ୍ଦ୍ରକୁ ଦେଖିଣ ଚନ୍ଦ୍ରମଣି ଝଟକନ୍ତି ।୫୦।
ଦଣ୍ତେ ନ ଦେଖିଲେ ପ୍ରାଣ ନ ରଖନ୍ତି କେହି ।
ବେନି ଜନଂକର ସେ ଅଟଇ ୟେକ ଦେହୀ ।୫୧।
ୟେମନ୍ତ ପ୍ରକାରେ ସେ କେତେହେଂ ଦିଙ୍ଗଲା ।
ଦଇବେଣ ଗଣେଶ୍ୱର ଚଉଠୀ ପଡ଼ିଲା ।୫୨।
ଚାଟକୁ ହକାରି ଗୁରୁ ବୋଲନ୍ତି ବଚନ ।
ପୂଜା କରିବାକୁ ଫଳ ପୁଷ୍ପ ତୋଳି ଆଣ ।୫୩।
କରପତ୍ର ଯୋଡ଼ି ଚାଟ ବୋଲଇ ଉତ୍ତର ।
ମୁଂ ୟେକା କେମନ୍ତେ ଯିବି ସଂଗେ ଜଣେକର ୨୦ ।୫୪।
ଶୁଣିକରି ଗୁରୁ ତାଙ୍କୁ ନ ଦେଲେ ଉତ୍ତର ।
ଓଝାଂକ ଛାମୁରେ ଇଚ୍ଛା ଯୋଡ଼ି ବେନି କର ।୫୫।
ମୋତେ ପଠିଆଅ ମୁହିଂ ଚାଟ ସଙ୍ଗେ ଯିବି ।
ଫୁଲ ଫଳ ତୋଳି କରି ମୁହିଂ ଆଣି ଦେବି ।୫୬।
ଓଝାୟେ ବୋଇଲେ ତୁମ୍ଭେ ଯାଅ ଫୁଲ ତୋଳି ।
ଶୁଣିଣ ଆନନ୍ଦ ହେଲା ଇଚ୍ଛାବତୀ ବାଳୀ ।୫୭।
ଚାଟ ଇଚ୍ଛାବତୀ ଦୁହେଂ ଚଳିଗଲେ ଖରେ ।
ପ୍ରବେଶ ହୋଇଲେ ଯାଇ ତୋଟାର ୨୧ ଭିତରେ ।୫୮।


୨୦। ସଂଗେ ଜଣକର - ଅର୍ଥାତ୍ ମୋ ସ‌ହିତ ଅନ୍ୟ ଜଣେ ଯିବାକୁ ଅନୁମତି ଦିଅନ୍ତୁ । ଏଠାରେ କୁମାରର ଉଦ୍ଦେଶ୍ୟ, ଇଚ୍ଛାବତୀକୁ ସଙ୍ଗରେ ନେବାପାଇଁ ।

୨୧। ତୋଟା - ବଗିଚା ।