ପୃଷ୍ଠା:Chata Ichhabati.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୧୯

ଇଚ୍ଛାବତୀ ବୋଲେ ତୋହୋ କେବଣ ବେଭାର
ତୋହୋର ଅବସ୍ଥା ଦେଖି ତନୁ ମୋ କାତର ।୭୫।
କାହାକୁ ତୋ ଭୟେଭୀତି କ‌ହ ମୋ ଆଗର ।
ନ କ‌ହୁ ବୋଲିଣ ତୋତେ ସପତ ୩୨ ମୋହୋର ।୭୬।
ଇଚ୍ଛାର ବଚନେ ଚାଟ ଦ୍ରହସିତ ହୋଇଂ ।
ବୋଲେ ତୋ ରୂପ ଦେଖି ଗ୍ୟାନ ହାରିଲି ମୁହିଂ ।୭୭।
କି କରିବି କି ବୋଲିବି ନ ଜାଣଇଂ କିଛି ।
କେବଳ ସ୍ୱରୀରେ ମୋ ନିଶ୍ୱାସ ବ‌ହୁଛି ।୭୮।
ୟେହା ଶୁଣି ଇଚ୍ଛାବତୀ ସନ୍ତୋଷ ହୋଇଲା ।
ମୁଖରେ ଚୁମ୍ବନ ଦେଇ କୋଳେ ବସାଇଲା ।୭୯।
ଭୁଜରେ ଭିଡ଼ିଣ କୋଳ କରନ୍ତେ ହରଷ
ଚାଟ ଇଚ୍ଛାବତୀ ଦୁହେଂ କେହିନାହିଂ ପାସ ।୮୦।
ନାନାମତେ ପରିବନ୍ଧେ କାମେଣ ମାତିଲେ ।
ମଦନ ଆକୁଳ ବେନି ଅଂଗୁ ଶାନ୍ତି ୩୩ କଲେ ।୮୧।
ରତିରଂଗ ସାରି ଜଳେ ସ୍ନାହାନ ସାରିଲେ ।
ନୀବିବନ୍ଧ କେଶବାସ ଅଂଗ ସମ୍ଭାଳିଲେ ।୮୨।
ସୁରତି ୩୪ ସାରିଣ ପୁଣ କୁମର କୁମାରୀ ।
ଇଚ୍ଛା ମୁଖ ଚାହିଂ ଚାଟ ବଚନ ପଚାରି ।୮୩।
ପିତାମାତା ଛାଡ଼ି ମୁହି ହୋଇଲି ନିରେଖ ।
ତୋର ପରସାଦେ ମୁଂ ଲଭିଲି ମହାସୁଖ ୩୫।୮୪।


୩୨। ସପତ = ଶପଥ ଅର୍ଥରେ ।

୩୩। ଶ୍ୟାନ୍ତୀ (ପୋଥିପାଠ) । ୩୪। ସୁରତ ହେବା ସଙ୍ଗତ ।

୩୫। ମାହାସୁଖ (ପୋଥିପାଠ) ।