ପୃଷ୍ଠା:Chata Ichhabati.pdf/୨୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୃତୀୟ ଛାନ୍ଦ

ଆଷାଡ଼ ଶୁକ୍ଳ ବାଣୀରେ ଗାଈବ ।
ୟେଥୁ ଅନନ୍ତରେ ଶୁଣ ସୁଜନ
ଇଚ୍ଛାବତୀ ଗଲା ନିଜ ଭବନ ।
ଚାଟକୁ ନ ଦେଖି ବିକଳ ମତି,
ଚଉକତିକି ଚାହାଂଇ ନିରେଖି,
ସେ ତରୁଣୀବର, କମ୍ପଇ କାମେ ହୋଇଣ ଅଥିର ।୧।

ମନର ବେଦନା ନ‌ଜାଣେ କେହି,
ଦଇବ ବିନୁ ଆନ‌ଗତି ନାହିଂ
ତେଜିଲା ଭୋଜନ ଶୟନ ସେହି,
ବାମାରତନ ପ‌ହୁଡ଼ିଲା ଯାଇଂ,
ସେ ଚାଟ ବିଚ୍ଛେଦ
କେ ତାହା ଜାଣିମ ହୃଦ ବିଚ୍ଛେଦ ।୨।

ମୁଦୁସୁଲୀ ରାଣୀ ଆଗେ କ‌ହିଲେ,
ଇଚ୍ଛାବତୀ ତ ମଣୋହୀଂ ନୋହିଲେ ।
ବେସନ ନାହିଂ ତାପେ ଗୁରୁତର,
ଶୋଇଲା ବାମା ରତ୍ନପଲଂକର ।


୧। ଚାହଂଇ ହେବା ଉଚିତ ।

୨। ବେସନ, ବ୍ୟସନ = ଅର୍ଥାତ୍ ବେଶ ଭୂଷଣ ଅର୍ଥରେ ବ୍ୟବ‌ହୃତ ।