ପୃଷ୍ଠା:Chata Ichhabati.pdf/୨୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୨୬)

ମୋ ଜୀବର ବନ୍ଧୁ,
ନୂଛି ହୋଇଯିବି କରୁଣାସିନ୍ଧୁ ।୫।
ମାତାଙ୍କ ଚାଟୁ ଶୁଣି ଇଚ୍ଛାବତୀ
ହୃଦବେଦନା କେହି ନ ଜାଣନ୍ତି,
ବଞ୍ଚାଇ କ‌ହନ୍ତି ଶୁଣ ଗୋ ମାଏ,
ଆଜ ମୋ ତନୁ ଅଳସିତ କାୟେ ।
କିଛି ନାହିଂ ଆନ,
ଅନ୍ନ ନଭୁଞ୍ଜିବି ଲିପ ଚନ୍ଦନ ।୬।

ଶୁଣିଣ ମାତା ଚଳିଗଲେ ଖରେ,
କର୍ପୂର ଚନ୍ଦନ ପନୀର ନୀରେ,
ଚୂଆ ଚନ୍ଦନ ନାନା ଦ୍ରବ୍ୟ ମାନ,
ମୁଦୁସୁଲୀ ହାଥେ ଦେଲେ ବ‌ହନ,
ମୋ ଜେମାକୁ ଲିପ,
ଯେମନ୍ତେ ତୁଟଇ ହୃଦର ତାପ ।୭।
ପରିବାରୀମାନେ ବେଗେ ଅଇଲେ,
ପୟର ମାଡ଼ି ଚନ୍ଦନ ଲେପିଲେ,
ମଦନବାଣ ବିନ୍ଧଇ ହୁତାସ,
ଉଠଇ ବସଇ ଛାଡ଼େ ନିଶ୍ୱାସ,
ସେ ଚାଟ ବିଚ୍ଛେଦ,
କେ ତାହା ଜାଣିମ ହୃଦର ଭେଦ ? ୮।

୭ । ନୁଛିବା - ମୁଗ୍‌ଧ ହେବା । ୮। ବଞ୍ଚାଇ କ‌ହିବା = ମନୋଭାବ ଗୋପନ‌କରି କ‌ହିବା । ୯। ପନୀର = ସୁବାସିତ ଜଳ ବିଶେଷ ।