ପୃଷ୍ଠା:Chata Ichhabati.pdf/୩୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୨୮)

ମୋହ ଜୀବନ କିମ୍ପା ବଞ୍ଚିଅଛି,
ଧର୍ମ ଚାଟକୁ ନ ପାରଇ ମୃଛି,
ସେ ପୁରୂଷବର,
ତାତ‌ହିଂ ୧୧ ରହିଛି ଜୀବନ ମୋର ।୧୨।
ସୁବୁଦ୍ଧି ୧୨ ପୁରୁଷ ନାଗରବର,
ତାର ବିଚ୍ଛେଦେ ମତିଭ୍ରମ ମୋର,
ଯେବେ ଜୀଇବି ସଖି ତାକୁ ଆଣ,
ନୋହିଲେ ସଖୀ ତେଜିବି ପରାଣ,
ସେ ମୋହ ଜୀବନ,
ତାକୁ ନ ଦେଖି ନ ସରଇ ଦିନ ।୧୩।
ତୁ ସଖୀ ଆତ୍ମାକାରେଣୀ ୧୩ ମୋହର ୧୪,
ତୋହ ଘେନି ସିନା ମୋର ବିଚାର,
ୟେକଠାବରେ ବିଦ୍ୟା ପଢ଼ୁଥିଲୁଂ,
ଦୁହେଂ କାମ‌ଭୋଳେ ମତ୍ତ ହୋଇଲୁଂ,
ବଢ଼ିଲା ସୁରତି,
ସୁବେଶ ପୁରୁଷ ସଂଗେ ପୀରତି ।୧୪।
ମାଳତୀ ତୁଲେ ଭ୍ରମର ଯେମନ୍ତ,
ମୋତେ କୁମର କଲାକ ତେମନ୍ତ,

୧୧। ତାତ‌ହିଂ = ତାହାଠାରେ । ୧୨। ଶୁବୁଧି (ପୋଥିପାଠ) ।

୧୩। ଆତ୍ମାକାରେଣୀ = ଜୀବନର ସଦ୍‌ଗତି କାରେଣୀ ।

୧୪। ମୋହରି (ପୋଥିପାଠ) ।