ପୃଷ୍ଠା:Chata Ichhabati.pdf/୩୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୨୯)

କଲେ ଦଇବ ବିଚ୍ଛେଦ କଷଣ,
ନିଶ୍ଚୟେଂ ସଖି ତେଜିବି ପରାଣ,
ଚାଟ ମୋତେ ଦିଅ,
ଚାରୁ ଘରକୁ ବେଗେ ଚଳିଯାଅ ।୧୫।
ଚରଣ ଧରି ଲୋଟଇ ସୁନ୍ଦରୀ,
ଆଶ୍ୱାସ କରି ଅମ୍ବବତୀ ନାରୀ,
ୟେ ଛାର କଥାକୁ ନ‌କର ଶୋକ
ମନ ଥିରକର ଯୁବା ବିବେକ
ଅଥିର ଗୋ ନୁହଂ,
ବିଚାରି କାର୍ଯ୍ୟ ସାଧନାଇଂ ୧୫ ପାଅ ।୧୬।
ସଖୀ ପ୍ରବୋଧି ସ‌ହଚରୀ ଗଲା,
ଗୁରୁଂକ ଘରେ ଚାଟକୁ ଦେଖିଲା,
ଚତୁରୀ ନାରୀ ଭଲ ଠାବ କଲା,
ସଖୀ ବିରହ ତାହାକୁ କ‌ହିଲା,
ସଖୀର ବେଦନା,
ଚାଟକୁ କ‌ହିଲା ଅତି ଶୋଚନା ।୧୭।
ଜୀବନ ତେଜି ମରୁଅଛି ଭାଳି,
ତୋତେ ନ ଦେଖି ଇଚ୍ଛାବତୀ ବାଳୀ ୧୬,
ନ ରୁଚେ ଗନ୍ଧ ଚନ୍ଦନ ସୁବେଶ,
ଅମୀୟ ୧୭ ପାନ ନ କରଇ ଗ୍ରାସ,

୧୫। ସାଧନାହିଂ ଶୁଦ୍ଧପାଠ । ୧୬। ଭାଳି (ପୋଥିପାଠ) ଉପରେ ପାଦରେ 'ଭାଳି' ଥିବାରୁ ତଳ ପାଦରେ ବାଳୀ ପଦ ଶ୍ରତି ମଧୁର ହେବା ସଂଗେ ସଂଗେ ଯୁକ୍ତିଯୁକ୍ତ ହେବ । ୧୭। ଅମିଅ (ପୋଥିପାଠ) ।