ପୃଷ୍ଠା:Chata Ichhabati.pdf/୩୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୩୦)

ବେଗେ ଚାଲ ଯିବା,
ଇଚ୍ଛାବତୀକି ଜୀବଦାନ ଦେବା ।୧୮।
ଶୁଣିଣ ଚାଟ ବୋଲଇ ବଚନ,
ମୁଂ ଛାର ଅଟଇ ଭିକ୍ଷାସି ୧୮ ଜନ,
ନୃପତି କୁମାରୀ ପାଇବି କାହିଂ,
ରାଜା ଜାଣିଲେ କନ୍ଧେ ମୁଣ୍ତ ନାହିଂ,
ନ କ‌ହ ଏମନ୍ତ,
ତୁମ୍ଭେ ରାଜାଲୋକ ଆମ୍ଭର ମାତ ।୧୯।
ନିରେଖ ମୁଂଜେ ମାତା ପିତା ନାହିଂ,
ଗୁରୁଙ୍କ ଘରୁ ଅନ୍ନ ମାଗିଖାଈଂ,
ଧର୍ମ ପିତା ମୋର ଗୁରୁ ଗୋସାଈଂ,
ତାହାଙ୍କ ବିନୁ ଆନ ଆଶ୍ରେ ନାହିଂ,
ତୁମ୍ଭେ ବେଗେ ଚଳ
ଗୁରୁ ଜାଣିଲେ ମୋ ପୂରିବ କାଳ ।୨୦।
ଅମ୍ବବତୀ ବୋଲେ ଶୁଣ କୁମର,
ବନମାଳା ସଖୀ ଦେଇଛି ୧୯ ମୋର,
ସଂସାରେ ୟେକା ପ୍ରୀତି ରହିଥାଇ,
ୟେତେ ଅପ୍ରୀତି କର କାହିଂ ପାଈଂ,
ସତ୍ୟ କରିଅଛି,
ମୋ ସଖୀ ତୋତେ ନ ପାରଈ ମୃଚ୍ଛି । ୨୧।

୧୮। ଭୀଖ୍ୟାସୀ (ପୋଥିପାଠ) ଭିକ୍ଷାସି = ଭିକ୍ଷା ବୃତ୍ତି ଅବଲମ୍ବନ କରି ଚଳୁଥିବା ବ୍ୟକ୍ତି ।

୧୯। ଦେଉଛି (ପୋଥିପାଠ), କିନ୍ତୁ 'ଦେଇଛି' ହେବା ସମୀଚିନ ।