ପୃଷ୍ଠା:Chata Ichhabati.pdf/୩୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ୟେତେ ବୋଲି ମାଳ ଗଳେ ଲମ୍ବାଈ,
ଅନେକ ଚାଟୁ ବଚନ ବୁଝାଈ,
ଶୁଣି କୁମର ସନମତ କଲା,
ସନ୍ଧ୍ୟା ସମୟରେ ବାହାର ହେଲା,
ୟେକାକୀ କୁମର ୨୦,
ସ୍ତ୍ରିରୀ ରୂପରେ ପଶିଲାକ ଚୋର ୨୧ ।୨୨।
ଭୂମିରେ ଶୟନ ତେଜି ପଲଂକ,
ଧୂଳୀରେ ଯେହ୍ନେ ଅଡ଼ିଥାଈ ରଂକ,
ଦେଖି କୁମର ଚକିତ ହୋଇଲା,
ଧୂଳୀ ଝାଡ଼ି ତନୁ କୋଳେ ଧଇଲା,
ବିବିଧ ସୁବେଶ,
ମାଜଣା ମୋଣୋହୀଂ ଅମୀୟ ରସ ।୨୩।
ଲାଜେ ସୁନ୍ଦରୀ ନ ଟେକଈ ଶିର,
ପଲଂକେ ବିଜେ କୁମାରୀ କୁମାର,
ଇଚ୍ଛାବତୀ ଆଗେ କ‌ହଇ ଚାଟ,
ଗୁରୁ କରିଥାନ୍ତି ଅତି ଆକଟ,
ଆସି ନ ପାରଇ,
ମୋ ଛାର ଦୋଷ ନ‌ଧର ଗୋ ସ‌ହି ! ।୨୪।
ଶୁଣି ଇଚ୍ଛାବତୀ ତୋଷ ହୋଇଲା,
ଭୁଜେ ଭିଡ଼ି ମୁଖେ ଚୁମ୍ବନ ଦେଲା,

୨୦ । ୟେକ କାଠ ମେରି (ପୋଥିପାଠ) । ୨୧। 'ପଶିଲା କ ଚୋର' ଅପେକ୍ଷା 'ପଶିଲ ନବର' ସୁନ୍ଦର ହେବ