ପୃଷ୍ଠା:Chata Ichhabati.pdf/୪୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(୪୩)

ଚୋର ବୋଲଇ ମୋର ଦୋଷ ନାହିଂ,
ଇଚ୍ଛାବତୀ ନେଲା ମୋତେ କଢ଼ାଇ ।୭୧।
ଆଜ ବେଳତ ନିଶ୍ଚୟ ମରିବି,
ଇଚ୍ଛାବତୀକି ନିଶ୍ଚୟ ଦେଖିବି ।୭୨।
ତାର ସମ୍ପୂର୍ଣ୍ଣ ଚନ୍ଦ୍ରମାବଦନ,
କାମ ଦ‌ହିବ ଲୋଚନ ଅଞ୍ଜନ ।୭୩।
ଶୁଣ ଦୋସାଧୁ ବଚନ ମୋହର,
ଜଗ‌ନ୍ନାଥ ୪୨ ଭାବନ୍ତି ନିରନ୍ତର ।୭୪।
ନିତ୍ୟେ ଜପୁଛନ୍ତି ୪୩ ନାମ ଯାହାର,
ବ୍ରହ୍ମା ଇନ୍ଦ୍ରଦେବ ଜଗୁ ସୋଦର ।୭୫।
ଆହେ ଦୋସାଧୁ ମୁହିଂ ଭାଗ୍ୟବନ୍ତ,
ଇଚ୍ଛାବତୀ ସଂଗତେ ପ୍ରୀତି ଜାତ ୪୪ ।୭୬।
ପୂର୍ବେ ଦଶଶିର ୪୫ କଲା ତରିଜା ୪୬,
ହରିନେଲା ରାମଚନ୍ଦ୍ର ଭାରିଜା ।୭୭।
ୟେକା ଯୁଈ ରଥରେ ବସାଇଲା,
ୟେତେକ‌କୁ ୪୭ ଦଶଶିର ଛେଦିଲା ।୭୮।
ମୋର ୟେକ ଶର କେତେ ମାତର,
ସୁଖ ଲଭିଲି କୁମାରୀ ସଙ୍ଗରର ।୭୯।
ମୋତେ ବାରେ ଦେଖାଉକିନା ପୁଣି,
ଜୀବ ଯିବାକୁ ମୁକତ ତରୁଣୀ ।୮୦।

୪୨ । ଯଗର୍ନାଥ (ପୋଥିପାଠ) ।

୪୩। ଯେ ପୁଚ୍ଛନ୍ତି (ପୋଥିପାଠ) ।

୪୪। ଶୃତିଜାତ (ପୋଥିପାଠ) ।

୪୫। ଦଶଗିରି (ପୋଥିପାଠ) । ୪୬। ତରିଜା = ତର୍ଜନା ।

୪୭। ୟେତେକ‌କୁ = ଏଥି ନିମିତ୍ତ ।