ପୃଷ୍ଠା:Chata Ichhabati.pdf/୪୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୪୪ )

ଶୁଣି ଦୋସାଧୁ ଖଡ଼୍‌ଗ ଝମକିଲା,
ଆରେ ନିଲଜ ତୋ ୪୮ ଛାର ବୋଇଲା ।୮୧।
ଜୀବ ଯିବାବେଳେ କୃଷ୍ଣ ନ ଧରୁ,
ସ୍ତିରୀ ଅବଳା ଛାରକୁ ସୁମରୁ ।୮୨।
ଶୁଣି ଚାଟ ମନେ ବ୍ୟଥା ପାଇଲା,
ଇଚ୍ଛାବତୀ ଛାର ତୋତେ ହୋଇଲା ୪୯ ।୮୩।
ଯେଉଂ ଶ୍ରୀରାମ ନାମ ଧରୁ ନିତ୍ୟେ
ସେହି ଇଚ୍ଛାକୁ ଭାବୁଥାଇ ନିତ୍ୟେ ୫୦ ।୮୪।
ୟେହିମତି ହୋଇଣ ରତିଚୋର,
ଉଚ୍ଚ ବାଚ ଶମଶାନ ଭୂମିର ।୮୫।
ଇଚ୍ଛାବତୀ ଯେ ମୋହ ଯାଇଥିଲେ,
ଚାଟ ମରୁଛି ବୋଲିଣ ଶୁଣିଲେ ।୮୬।
ଲାଜ ସଂକୋଚ ୫୧ ସମସ୍ତ ୫୨ ଛାଡ଼ିଲେ,
ୟେକ‌କାଠିରୁ ବାହାର ହୋଇଲେ ।୮୭।
ବଶ୍ର ଲୋଟି ପଢ଼ୁଅଛି ଭୂମିର,
ଫିଟି କବେରୀ ଚରମେ ୫୩ ତାହାର ।୮୮।
ଯାଇ ଶମଶାନେ ୫୪ ନୃପତି ଜେମା,
ରାହୁ ଆବୋରିଲା ଯେହ୍ନେ ଚନ୍ଦ୍ରମା ।୮୯।


୪୮ । ତୋହ (ପୋଥିପାଠ) ।

୪୯। ହୋଇ (ପୋଥିପାଠ୫୪। ସ୍ମସାନେ (ପୋଥିପାଠ) । ) ।

୫୦। ଏହି ପାଦଟିର ଅର୍ଥ ସ୍ପଷ୍ଟ ଜଣାଯୌ ନାହି

୫୧। ସକୋଚ (ପୋଥିପାଠ) ।

୫୨। ସ‌ସ୍ତ (ପୋଥିପାଠ) ।

୫୩। ଚରମ = ପୃଷ୍ଠଭାଗ ।