ପୃଷ୍ଠା:Chata Ichhabati.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋତକରେ ଅଞ୍ଜନ ଭାସିଯାଇ,
ମୁଖ କମଳ ଆଚ୍ଛା ୫୫ ନ ଦିଶଇ ।୯୦।
କୁମରକୁ ଚାହିଂଣ ଶୋକ‌କରି,
ଆହା ପ୍ରାଣନାଥ ୫୬ ମୋ ୟେତେ ସରି ।୯୧।
ଆରେ ମୁଂ ଛାର ଅଟେ ପାପ ନାରୀ,
ତୋର ଅଙ୍ଗ ଛୁଇଂଲି କେଣୁ ୫୭ କରି ।୯୨।
ମହେଶଙ୍କୁ ଖଣ୍ତ‌ତପ କରିଛି,
ତେଣୁ ମୁଂ ତୋତେ ସେବି ନ ପାରୁଛି ୫୮ ।୯୩।
ଆରେ ଦୋସାଧୁ ମୋର ବୋଲ ଶୁଣ,
ତୋହ ପାଦରେ ପଶୁଛି ଶରଣ ।୯୪।
ଦନ୍ତେ ତିରଣ ଧରିଣ ମାଗଇ,
ୟେ ପରଦେଶୀ ସୁଜନ ଅଟଇ ।୯୫।
ଆରେ ୟେହାକୁ ମୋ ଆଗେ ନ ମାର,
ଯେବେ ମାରିବୁ ଆଗେ ମୋତେ ମାର ।୯୬।
ୟେ ଯେ ପୁରୁଷମାନଙ୍କ ଉତ୍ତମ,
ମୋହ ଛାର କି ୟେହାକୁ ଭାର୍ଜନ ।୯୭।
ତୋତେ ଲକ୍ଷେ କୋଟି ଧନ ଦେବଇଂ
ପରିବାରୀ ପଣୈ ଥିବି ବିନୋଇ ୫୯ ।୯୮।
ଚାରୁବ୍ରହ୍ମକୁ ୬୦ ମୋତେ ଦାନ ଦିଅ,
ଯେବେ ନାଶିବୁ ଦୁଇ ପ୍ରାଣ ନିଅ ।୯୯।

୫୫। ଆଛା ସୁନ୍ଦର ଅର୍ଥରେ ବ୍ୟବ‌ହୃତ

୫୬। 'ପ୍ରାଣ‌ନାଥ ମୋ' ପରିବର୍ତ୍ତରେ 'ମୋ ପ୍ରାଣନାଥ' ହେବା ଅଧିକ ସମୀଚୀନ ।

୫୭। ତେଣୁକରି = କାହିଁପାଇଁ ଅର୍ଥରେ । ୫୮। ପାରିଛି (ପୋଥିପାଠ) ୫୯। ବିନେଇ = ବିନୀତ ହୋଇ । ୬୦। ଚାରୁ ବ୍ରହ୍ମା । (ପୋଥିପାଠ)