ସୁବର୍ଣ୍ଣ ଯୋଗାଡ଼ମାନ ନିବାଡ଼ ୬ କରିବ ।
ବିଭା ସମାପତ ବେଳେ ସମସ୍ତ ବାଢ଼ିବ ହେ ।।୯।।
ରଥ ଗଜ ଚତୁରଙ୍ଗ ଦାସ ଦାସୀ ମୂଳେ ।
ସୁରଭି ମଈଂଷି ନେଈଂ ଦେବ ବେଦି ତଳେ ହେ ।।୧୦।।
ଉଭାରି ୭ ଯେ ଦିବ୍ୟରସ ରତ୍ନ ଆୟେ୮ମାନ ।
ଚାଟକୁ ନିଯୋଗି ଯେଣେ ତୋଷ କର ମନହେ ।।୧୧।।
ଅନ୍ନଦାନ ୯ ବସ୍ରଦାନ ଅହନିଶି ଦେବ ।
ହୀନ ଅନାଥରେ ଦାନ ବହୁତ କରିବ ହେ ।।୧୨।।
ବନ୍ଧୁ ଯେ ସୋଦର ମୋର ବହୁତ ଅଛନ୍ତି ।
ଇଷ୍ଟଗୁରୁ ନାରୀ ବିପ୍ର ସାମନ୍ତ ଅଛନ୍ତି ହେ ।।୧୩।।
ସମସ୍ତେ ଚାରୁବ୍ରନ୍ଦକୁ ଯଉତୁକ ଦେବ ।
ଯେ ଯାହା ମାଗିବ ତା ଭଣ୍ଡାରୁ ନେଉଥିବ୧୦ ହେ ।।୧୪।।
ଇଚ୍ଛାବତୀ ଚାଟ ବିଭା ମୋହର ସୁଲଭ ୧୧ ।
ଯେମନ୍ତ ଯୁଗ ଯୁଗାନ୍ତେ କଥା ରହିଥିବ ହେ || ୧୫ ||
୬ । ନିବାଡ଼= ପ୍ରସ୍ତୃତ ।
୭ । ଉଭାରି ଶବ୍ଦର ଅର୍ଥ ଜଣାଯାଊ ନାହିଁ । କବି ବୋଧହୁଏ ଏଠାରେ ଜାତ କରାଇବା ଅର୍ଥରେ ବ୍ୟବହାର କରିଛନ୍ତି ।
୮। ଆୟେ = ଅଳଙ୍କାର । ଅଦ୍ୟାପି 'ଆୟେଅଳଙ୍କାର' ଶବ୍ଦ ଗ୍ରାମ୍ୟଣ ଭାଷାରେ ବ୍ୟବହୃତ ହେଉଛି
୯ । ଅର୍ଣ୍ଣ (ପୋଥିପାଠ)
୧୦। ଏହି ପଦରେ ବ୍ୟବହୃତ 'ଯଉତୁକ ଦେବ’ ଓ 'ଭଣ୍ଡାରୁ ନେଉଥିବ’ ସ୍ଥାନରେ 'ଦେବେ’ ଓ ‘ନେଉଥବେ’ ହେଲେ ଅଧିକ ସମୀଚୀନ ହେବ ।
୧୧ । ସୁଲଭ ଶବ୍ଦ ଓଡ଼ିଆ ଭାଷାରେ ସୁନ୍ଦର ଅର୍ଥରେ ବ୍ୟବହୃତ ହେଉଥିବାର ଏବେ ମଧ୍ୟ ପ୍ରମାଣ ମିଳେ । ଯଥ। 'ଆଖି ସୁଲଭ’ 'ଦାଣ୍ଡ ସୁଲଭ’