ପୃଷ୍ଠା:Chata Ichhabati.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୭)


ସେ ନଗ୍ର ସୁବାହୁ ରାଜା ଜୁର ୩୫ କରି ନେଲା ।
କେହୁ ପଳାଇଲା କେହୁ ଯୁଦ୍ଧରେ ୩୬ ପଡ଼ିଲା ହେ ।୫୧।
ପିତା ମୋର ମହାକ୍ଷତ୍ରି ଯୁଦ୍ଧରେ ପଡ଼ିଲା ।
ତେଣୁଂ କରି ଅଇଲି ମୁଁ ବୋଲିଣ ବୋଇଲା ହେ ।୫୨।
ମହାରାଜା ଭୋଜ ଯେ ଉପାୟ ଚକ୍ରବର୍ତ୍ତୀ ।
ଅନେକ ଦୂରୁଂ ଶୁଣିଲି ୟେହାଂକର କୀର୍ତ୍ତି୩୭ ହେ ।୫୩।
ମୋତେ ଯେ ପୋଷିବ ତାକୁ ସେବା କରୁଥିବି ।
ଯେ ଯାହା କହିବ ମୁହି° କାର୍ଯ୍ୟ ସେ କରିବି ହେ । ୫୪ ।
ଗୁରୁୟେ ବୋଇଲେ ବାବୁ ଶୁଣ ମୋ ବଚନ ।
ଅମ୍ଭ ଘରେ ଅନ୍ନ ୩୮ ପାଣି କରିବ ଭୋଜନ । ୫୫ ।
କେମନ୍ତ ପ୍ରକାରେ ତୁମ୍ଭେ ନେମ୩୯ ଦିନକାଳ ।
ଅମ୍ଭର ଆଗରେ ଫେଡି କହ ତୁ ନିକର ହେ । ୫୬ ।
କୁମର ବୋଇଲା ତୁମ୍ଭେ ଶୁଣ ଧର୍ମତାତ ।
ମୁ ହିଁ ଧର୍ମପୁତ୍ର ସେବା କରିବି ନିଅତ ହେ । ୫୭ ।
ଗୁରୁୟେ ବୋଇଲେ ତୋର ପିତା ମାତା ଶୂନ୍ୟ ।
ଆଜ‌ହୁଂ ହୋଇଲ ମୋର ଧର୍ମର ନନ୍ଦନ ହେ । ୫୮ ।
ତିନିବେଳ ଭୁଞ୍ଜି ପଡ଼ୁଥିବ ଇଚ୍ଛା ତୁଲେ ।
ଧର୍ମ ଚାଟ ବିଦ୍ୟା ଚୋର ଗୁରୁ ନାମ ଦେଲେ ହେ ।୫୯ ।
ୟେହା ଶୁଣି ଇଚ୍ଛାବତୀ ମନରେ ହରଷ ।
ସଙ୍ଗକୁ ପାଇଲି ମୁହି° ସୁଜାଣ ପୁରୁଷ ହେ । ୬୦ ।


୩୫ । ପୁର (ପୋଥିପାଠ) କୁର = ବଲାତ୍କାରରେ ଅପହରଣ ୩୬ | ଯୁଧ୍ୟ (ପୋଥିପାଠ) | ୩୭ | କରି (ପୋଥିପାଠ) କିନ୍ତୁ 'କୀର୍ତ୍ତି' ହେବା ସଙ୍ଗାତ | ୩୮ | ଅଣ୍ଣଂପାଣି (ପୋଥିପାଠ) | ୩୯ | ନେମ= ନେବା ।