ପୃଷ୍ଠା:Chha mana atha guntha.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୃତୀୟ ପରିଚ୍ଛେଦ

ବାଣିଜ୍ୟେ ବସତେ ଲକ୍ଷ୍ମୀ

ବାଣିଜ୍ୟେ ବସତେ ଲକ୍ଷ୍ମୀସ୍ତଦର୍ଦ୍ଧଂ କୃଷିକର୍ମଣି ।


ଅସ୍ୟାର୍ଥଃ 'ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ, ତହୁଁ ଅଧେ କଲେ ଚାଷ ।'

ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟୀ କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ, ଏହିପରି କହନ୍ତେ -''ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ, ତହୁଁ ଅଧେ ବି ଏଲ୍ ପାଶ'' ମଙ୍ଗରାଜଙ୍କ ନଅର ଦେଖି କେହି ଅନଭିଜ୍ଞ ଲୋକ ଅନୁମାନ କରିପାରନ୍ତି ଏହା ଗୋଟିଏ ଅଦାଲତର ବି. ଏଲ୍. ପାଶୟା ଓକିଲ ଘର, ବାଷଠି ଘର, ଭଗ୍ନାଶଂର ସମଷ୍ଠି ମାନ୍ତ୍ର । କଥା କଣ ଜାଣନ୍ତି 'ଭାଗ୍ୟ ଫାଳତି ସର୍ବନ୍ତ୍ର' । ଏହି ଯେ ଅଦାଲତର ଓଳିରେ ଗଣ୍ତା ଗଣ୍ତା ଶାଲପାଗିଆ, ବୁଲୁଛନ୍ତି, ମଙ୍ଗରାଜଙ୍କ ପଛରେ ପଚିଶ ଘର ଭଗ୍ନାଂଶ ଗାଏ କରିବାକୁ କେତେ କଣ ମିଳିବେ? ସାଆନ୍ତେ ଆପେ କହନ୍ତି ସେ କାହାରି ଗୋଟିଏ ପଇସା ଆଣନ୍ତି ନାହିଁ । ନିଜ ବୁଦ୍ଧି ନିଜ ବାହୁ ବଳରେ ମାଟିରୁ ସୁନା ପଇଦା କରିଅଛନ୍ତି । ଏହିପରି ଶୁଣାଅଛି--ଶୁଣା କିମ୍ପା ଆମ୍ଭେମାନେ ଠିକ୍ କଥା ଜାଣୁ --ମଙ୍ଗରାଜେ ପ୍ରଥମେ ଗାଁ ପ୍ରଧାନ ଠାରୁ ଦୁଇମାଣ ଜମି ଭାଗରେ ଧରିଥିଲେ । ବର୍ତ୍ତମାନ ଚାଷଜମି ଚବିଶ ଦସ୍ତି ପଦିକାରେ ଚାରିବାଟି ଛ'ମାଣ, ଏହା ଛାଡ଼ି ତିରିଶି ବାଟି ସତର ମାଣ ଭାଗରେ ଲାଗିଅଛି । ଜମିସବୁ ଲାଖରାଜ, କିଛି ନିଷ୍ଠୀ ବାଜ୍ୟାପ୍ତି । ଅଧିକାଂଶ ଖରିଦା ବ୍ରହ୍ମୋତ୍ତର । ଚାଷ ବଳଦ ୫ ହଳ, ହଳିଆ ବାର ଜଣ, ଏମାନେ ବାର ମାସିଆ, ଜାତିରେ ବାଉରୀ -- ତିନି ଜଣ ପାଣ । ଚାଷ ଓ ବଗିଚା ଏମାନଙ୍କର ଜିମା । ମଙ୍ଗରାଜଙ୍କ ଶିକ୍ଷା ଓ ଉତ୍ସାହରେ ଏମାନେ କର୍ମଠ ଓ ଉତ୍ସାହୀ । ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରିବା ସ୍ୱାସ୍ଥ୍ୟ - ବିଧାନ ଶାସ୍ତ୍ରର ବିଧି । ଖରା ହେଉ